ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ

 ନୂଆପଡ଼ା  : ମହାନ ଶିକ୍ଷାବିତ୍ ତଥା ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୭୩ ତମ ବଳିଦାନ ଦିବସ ଖଡ଼ିଆଳ ନଗର ବିଜେପି ୬ନଂ ଓ ୩ ନଂ ୱାର୍ଡ ର ୭୮ ନଂ ବିଧାନସଭା ବୁଥରେ ୱାର୍ଡ ପାଳିତ ହୋଇଯାଇଛି  । ଏହି ସଭା ସଭ୍ୟ ଲକ୍ଷ୍ମଣ ଦୂରିଆଙ୍କ ନେତୃତ୍ୱରେ ପାଳିତ ହୋଇଥିବା ବେଳେ ମୁଖ୍ୟଅତିଥି ଭାବେ ଡ. ସିଦ୍ଧାର୍ଥ ମହାପାତ୍ର, ସମ୍ମାନିତ ଅତିଥି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଅଜିତ୍ କିଶୋର ଚଲାନ, ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ମନୋଜ ପଟ୍ଟନାୟକ, ସୁରେଶ ହଟୱାର, ବୁଥ୍ ସଭାପତି ଗୋବିନ୍ଦା ସାହୁ, ଜୟସିଂହ କେତକୀ, ଖୁସିରାମ ଭୋଇ, ନରୋତ୍ତମ ଠାକୁର, ବସନ୍ତ ପଣ୍ଡା, ଦୋଲେଶ୍ୱରୀ ସାହୁ, ଲୀଳା ସାହୁ, ରଚନା ସାହୁ, ଚଞ୍ଚଳା ସାହୁ, ପୁଷ୍ପା ସାହୁ, ଜାନକୀ ସାହୁ, ରଞ୍ଜିତା ସାହୁ ଏବଂ ଖଡ଼ିଆଳ ନଗରର ସମସ୍ତ ବୁଥ୍ ସଭାପତିଙ୍କ ସହ ବହୁତ ଖଡ଼ିଆଳ ନଗରର ସମସ୍ତ ମହିଳା ଓ ପୁରୁଷ କାର୍ଯ୍ୟର୍କର୍ତ୍ତା ଉପସ୍ଥିତ ଥିଲେ ।
ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଜେପି କାର୍ଯ୍ୟାଳୟ ଠାରେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି  । ଏହି ସଭାରେ ତାଙ୍କ ଜୀବନୀ ବିଷୟରେ ସମସ୍ତ ନେତୃ ବୃନ୍ଦ ସ୍ମୃତି ଚାରଣ କରିଥିଲେ  । ଏଥିରେ ମୁଖ୍ୟଅତିଥି ଭାବେ ଉମରକୋଟ ବିଧାୟକ ତଥା ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ପ୍ରତିନିଧି ରାମ ନାୟକ, ମନ୍ତ୍ରୀ ପ୍ରତିନିଧି ଅଶୋକ ପାଢୀ, ମଣ୍ଡଳ ସଭାପତି ସନ୍ତୋଷ ଶର୍ମା, ବିଧାନସଭା କ୍ଷେତ୍ର ସଂଯୋଜକ ସୁରେଶ ଆଚାର୍ଯ୍ୟ, ପୂର୍ବତନ ନଗର ସଭାପତି ଗୋପୀନାଥ ସାହୁ, ୱାର୍ଡ ନଂ ୧୦ କାଉନ୍ସିଲର କନକଲତା ନାୟକଙ୍କ ସହ ସମସ୍ତ ନେତୃ ମଣ୍ଡଳୀ ଯୋଗ ଦେଇଥିଲେଊ  । ନଗର ସାଧାରଣ ସମ୍ପାଦକ ପ୍ରଭାତ ନାୟକ ସଭା ପରିଚାଳନା କରିଥିବା ବେଳେ ବାବୁଲା ସାହୁ, ସନ୍ତୋଷ ସରକାର, ସନତ ଠାକୁର, ପ୍ରଦୀପ ମିଶ୍ର, ନୃସିଂହ ସାହୁ, ମିଲୁ ପଣ୍ଡା, ଦୁକାଲୁ ମେହେର, ରାମ ଗଣ୍ଡ ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ  । ଏହି ଅବସରରେ କିଛି ନୂଆ କାର୍ଯ୍ୟକର୍ତ୍ତା ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ  ।  
ସମ୍ବଲପୁର: ସମ୍ବଲପୁର ବିଜେପି ପକ୍ଷରୁ ବଳିଦାନ ଦିବସ ପାଳନ ହୋଇଯାଇଛି  । କଚେରୀ ରୋଡ ସ୍ଥିତ ବିଜେପି କାର୍ଯ୍ୟଳୟରେ ଭାରତ ମାତା ଓ ଡ. ମୁଖାର୍ଜୀଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା  । ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ଓ ପଦାଧିକାରୀ ଡ. ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ  । ଏହି ସଭା ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ମାର୍ଯ୍ୟକ୍ରମକୁ ସଂଯୋଜକ ମାନସ ରଞ୍ଜନ ବକ୍ସି ପରିଚାଳନା କରିଥିଲେ  । ଏଥିରେ ରାମଚନ୍ଦ୍ର ମେହେର, ବିଜୟ କେଡିଆ, ନିରଞ୍ଜନ ଦାସ, ମାନସ ରଞ୍ଜନ ବକ୍ସି, ପରାଗ ଅଗ୍ରୱାଲ, ରଞ୍ଜିତ ମିଶ୍ର, କୈଳାଶ ଅଗ୍ରୱାଲ ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରି ସ୍ମୃତି ଚାରଣ କରିଥିଲେ  । ଏହି ସଭାରେ ଶୁଭଶ୍ରୀ ମିଶ୍ର, ସୁଷମା ସାହୁ, ଗିରିଜା ସାହୁ, ରିକି ବେହେରା, ଅନୁପ ମିଶ୍ର, ସଞ୍ଜୀବ ବର୍ମା, ଉମେଶ ବଳ, ଦୀପକ ଦାସ, ମୋହନ୍ ପଣ୍ଡା, ସନ୍ତୋଷ ଡାଳୁଆ, ସୋମିତ୍ର ଜତି, ଅଜିତ୍ ବେହେରା, କାହ୍ନୁରାମ ଶର୍ମା, ରାମଦାସ ପଣ୍ଡା, ସୁଧୀର ରଞ୍ଜନ ବହିଦାର, ଅବିନାଶ ନନ୍ଦ, ବିଶ୍ୱ ରଞ୍ଜନ ଜେନା, ଉପେନ୍ଦ୍ର ଝା ପ୍ରମୁଖ ଯୋଗ ଦେଇଥିବା ବେଳେ ବରିଷ୍ଠ ବିଜେପି ନେତ୍ରୀ ରୁନୁ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ  । 
ବାଲେଶ୍ୱର: ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ବିଜେପି କାର୍ଯ୍ୟାଳୟରେ ବଳିଦାନ ଦିବସ ପାଳିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମରେ ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ସ୍ୱର୍ଗତ ମୁଖାର୍ଜୀଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ  । ଅଖଣ୍ଡ ଭାରତ ନିର୍ମାଣରେ ମହାନ ଜନନାୟକଙ୍କ ବଳିଦାନ ସମ୍ପର୍କରେ ସ୍ମୃତିଚାରଣ କରାଯାଇଥିଲା  । ସ୍ୱର୍ଗତ ମୁଖାର୍ଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ଜନସଂଘ ପାର୍ଟିର ନୀତି ଆଦର୍ଶକୁ ପାଥେୟ କରି ବିଜେପି ସରକାର ଦେଶବାସୀଙ୍କୁ ସୁଶାସନ ଦେଇ ଚାଲିଛନ୍ତି ବୋଲି ମାନସ ଦତ୍ତ କହିଥିଲେ  । ଏଥିରେ ବରିଷ୍ଠ ନେତା ରବି ନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ପର୍ଶୁରାମ ବେହେରା, ଗଙ୍ଗାଧର ରାଉତ, ଅନନ୍ତ ନାୟକ, ଲୋକନାଥ ଭୂୟାଁ, ହରେନ୍ଦ୍ର ପ୍ରଧାନ, ରାଜେନ୍ଦ୍ର ଚାଟାର୍ଜୀ, କାଉନସିଲର ସସ୍ମିତା ନାଥ, ସସ୍ମିତା ଦାଶ, ଶ୍ରୀୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ  ।