ଡମଶଳା ପୋଲରେ ବନ୍ୟାଜଳ 


ାା ପ୍ରଭାନୁ୍ୟଜ ।ା ସୁକିନ୍ଦା : ଏହି ବ୍ଲକ ଅନ୍ତର୍ଗତ ଖଣି ଅଞ୍ଚଳରୁ କାଠପାଳ ଯିବା ରାସ୍ତା ମଧ୍ୟରେ ଥିବା ଡମଶଳା ପୋଲରେ ଚଳିତ ବର୍ଷ ବର୍ଷର ପ୍ରଥମ ବନ୍ୟାଜଳ କ୍ଷୀପ୍ର ବେଗରେ ପ୍ରବାହିତ ହେଉଛି । ଫଳରେ ଶୁକ୍ରବାର ସକାଳ ୬ ଘଟିକା ଠାରୁ ଜନ ସଧାରଣ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ସୂଚନା ମୁତାବକ ସୁକିନ୍ଦା ବ୍ଲକରେ ଗୁରୁବାର ବିଳମ୍ବିତ ରାତିରୁ ପ୍ରବଳ ବର୍ଷା ଜାରି ରହିଛି ସେଥି ହେତୁ କାଠପାଳ ଯିବା ରାସ୍ତା ମଧ୍ୟରେ ଥିବା ଡମଶଳା ପୋଲରେ ପ୍ରବଳ ବନ୍ୟା ଜଳ ପ୍ରବାହ ହେଉଛି । ସେଥିବ ପାଇ ଖଣି ଅଞ୍ଚଳରୁ କାଠପାଳ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି ।