ଡାଇବେଟିସ ମୁକ୍ତ ସଚେତନତା ଶିବିର
ନୀଳଗିରି : ସମଗ୍ର ବିଶ୍ୱରୁ ଡାଇବେଟିସ ମୂଳପୋଛ କରିବା ପାଇଁ ୟୁନାଇଟେଡ ଏଗେନେଷ୍ଟ ଡାଇବେଟିସ ଅନୁଷ୍ଠାନ ପକ୍ଷରୁ ନୀଳଗିରି ଏନ୍ଏସି କଲ୍ୟାଣ ମଣ୍ଡପ ପରିସରରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ରନôାକର ଟାଉନ୍ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା, ସମ୍ମାନିତ ଅତିଥି ଏନ୍ଏସି ଅଧ୍ୟକ୍ଷ ମହେନ୍ଦ୍ର ବେହେରା, ସଂସ୍ଥାର ସଭାପତି ଡ.ଲଳିତ କୁମାର ଉପାଧ୍ୟାୟ, ଏନଏସିର ନିର୍ବାହୀ ଅଧିକାରୀ ଅଂଶୁମାନ ପରିଡ଼ା, ସଂସ୍ଥାର ଜିଲ୍ଲା ସଂଯୋଜକ ସୁବ୍ରତ କୁମାର ଦାସ, ରାଜ୍ୟ କୋଡ଼ିନେଟର ପ୍ରତାପ କୁମାର ରଥ, ନୀଳଗିରି ବ୍ଲକ କୋଡ଼ିନେଟର ଜ୍ୟୋତି ପ୍ରକାଶ ରାଉତ, ହୃଷୀକେଶ ମହାନ୍ତି, ସାଂସଦ ପ୍ରତିନିଧି ଚନ୍ଦ୍ରବିନ୍ଦୁ ଦାସ, ବିଧାୟକ ପ୍ରତିନିଧି ସୁରଞ୍ଜନ ମହାପାତ୍ର ପ୍ରମଉଖ ମଞ୍ଚାସୀନ ରହି ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । କିଭଳି ସମଗ୍ର ବିଶ୍ୱରୁ ଡାଇବେଟିସ ମୂଳପୋଛ ହେବ ସେ ଦିଗରେ ଡ.ଲଳିତ କୁମାର ଉପାଧ୍ୟାୟ ଉପସ୍ଥିତ ଡାଇବେଟିସ ରୋଗୀଙ୍କୁ ଦିଗଦର୍ଶନ ଦେଇଥିଲେ । ସ୍ୱାସ୍ଥ୍ୟ ଶିବିରରେ ୨ଶହରୁ ଅଧିକ ରୋଗୀଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯାଇଥିବା ବେଳେ ଅଜିତ କୁମାର ଜେନା ମଞ୍ଚ ପରିଚାଳନା କରିଥିଲେ ।