ଡକାୟତି ମାମଲାରେ ଫେରାର ଅଭିଯୁକ୍ତ ଗିରଫ

 ପୁରୀ  : ସୁଭାଷ ବୋଷ ଛକରେ ଥିବା ଏକ ପରିତ୍ୟକ୍ତ ସୌଧ ମଧ୍ୟରେ ବିଭିନ୍ନ ମାରଣାସ୍ତ୍ର ଧରି ଡ଼କାୟତି ପାଇଁ ଯୋଜନା କରୁଥିବା ବେଳେ ସମୁଦ୍ରକୂଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚô ୪ଜଣ ଯୁବକଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଥିଲା । ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ୪ଜଣଙ୍କୁ ଗିିରଫ କରି କୋର୍ଟଚାଲାଣ କରିଥିଲା ।  ଅଭିଯୁକ୍ତମାନେ ହେଲେ ବାଙ୍କିମୁହାଣ ଦାରୁବ୍ରହ୍ମ କଲୋନୀର ପ୍ରତାପ ଓରଫ ବିଶ୍ୱନାଥ ପଟ୍ଟନାୟକ (୨୭), ବାଲିନୋଳିଆ ସାହିର ବି. ଶଙ୍କର (୩୮), ଚକ୍ରତୀର୍ଥ ରୋଡ଼ର କାହ୍ନୁଚରଣ ନାୟକ (୪୦), ପେଣ୍ଠକଟା ଧୋବାଖାଲର ଜଗନ ନାୟକ (୨୬) । ଅନ୍ୟଜଣେ ଫେରାର ଅଭିଯୁକ୍ତ କାର୍ତ୍ତିକ ରାଉତକୁ ଶନିବାର ଦିନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି  ।