ଡାହା ମିଛ କହୁଥିଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ଡାହା ମିଛ କହୁଥିଲା  । ପାକିସ୍ତାନର ଜେଏଫ-୧୭ ଆମର ଏସ-୪୦୦ର କିଛି କ୍ଷତି କରିନଥିଲା  । ବରଂ ନିଜ ଦେଶବାସୀଙ୍କ ଆଗରେ ଏଭଳି କରିଥିବା ନେଇ ମୁହଁ ଭରୁଡ଼ି ମାରୁଥିଲା  । ପାକର ଅନେକ ମିଛ ନେଇ ଆଜି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି  ।
କର୍ଣ୍ଣେଲ ସୋଫିଆ କୁ୍ୟରେସି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତିଯେ, ପାକିସ୍ତାନର ଜେଏଫ-୧୭ ଆମର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର କିଛି କ୍ଷତି କରିପାରିନାହିଁ  । ଖାଲି ସେତିକିନୁହେଁ ଅନେକ ମିଛ କଥା ପାକ୍ ପକ୍ଷରୁ କୁହାଯାଇଛି  । ପାକ୍ ଦାବି କରିଥିଲା, ଏସ-୪୦୦ ସହ ବ୍ରହ୍ମୋସ ମିସାଇଲ୍ ବେସକୁ ନଷ୍ଟ କରିଦେଇଛି  । ଯାହାକି ସମ୍ପୂର୍ଣ୍ଣ ଭାବେ ଭୁଲ୍  । ସିର୍ସା, ଜାମ୍ମୁ, ପଠାନକୋଟ, ଭାତିଣ୍ଡା, ନାଲିଆ ଓ ଭୁଜରେ ଥିବା ଏୟାର ଫିଲ୍ଡ ନଷ୍ଟ ହୋଇଯାଇଛି ବୋଲି ପାକ୍ ମିଛ ପ୍ରଚାର କରୁଥିଲା  । ଏହି ଏୟାର ଫିଲ୍ଡଗୁଡ଼ିକ ଠିକ୍ ରହିଛି ବୋଲି ସେନା ପକ୍ଷରୁ କୁହାଯାଇଛି  । ଚଣ୍ଡୀଗଡ଼ ଓ ବ୍ୟାସରେ ଥିବା ଅସ୍ତ୍ରଶସ୍ତ୍ର ଡିପୋ ବି ନଷ୍ଟ କରିଥିବା ନେଇ ପାକର ଦାବି ମିଛ ବୋଲି ସେ କହିଛନ୍ତି  । ଭାରତୀୟ ଆର୍ମି ମସଜିଦକୁ ଧ୍ୱଂସ କରିଥିବା ନେଇ ପାକିସ୍ତାନ ଯେଉଁ ଅଭିଯୋଗ କରିଥିଲା ତାହାକୁ ବି ସେନା ପକ୍ଷରୁ ଖଣ୍ଡନ କରାଯାଇଛି  । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର  । ଆମ ଦେଶର ସେନା ସାମ୍ବିଧାନିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇଥାଏ ବୋଲି କର୍ଣ୍ଣେଲ କୁ୍ୟରେସି କହିଛନ୍ତି  ।