ମହାପଞ୍ଚୁକରେ ଉତ୍ସବ ମୁଖର ମଠମନ୍ଦିର
କାକଟପୁର : ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯନ୍ତକୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ । ଏହା ମହାପଞ୍ଚକ, ବକପଞ୍ଚକ, ଭୀଷ୍ମପ ଞ୍ଚକ ବା ବିଷ୍ଣୁ ପଞ୍ଚୁକ ମଧ୍ୟ କୁହାଯାଏ । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ ପାଳନ କରନ୍ତି । ଅନେକ ଅଁଳା ନବମୀ, ରାଧାପାଦ ଦର୍ଶନ ଦିବସ ଠାରୁ ସାତଦିନ ହବିଷ କରନ୍ତି । ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ଶୁଦ୍ଧ, ସାତ୍ତ୍ୱିକ ଖାଦ୍ୟ ଭୋଜନ କରନ୍ତି ।
ଦିନେ ଦଣ୍ଡକାରଣ୍ୟରେ ଋଷି ମୁନିମାନେ ରାମରୂପ ଦର୍ଶନରେ ପ୍ରଲୁବ୍ଧ ହୋଇଥିଲେ । ଭଗବାନ ରାମ ବର ପ୍ରଦାନ କରିଥିଲେ ଦ୍ୱାପର ଯୁଗରେ ତମେ ସବୁ ଗୋପୀ ହୋଇ ମୋତେ କୃଷ୍ଣ ରୂପରେ ପ୍ରାପ୍ତ ହେବ । କୃଷ୍ଣ ପ୍ରାପ୍ତି ଆଶାରେ ଏହି ଗୋପୀ ମାନେ କାର୍ତ୍ତିକ ମାସ ସାରା ପ୍ରତୁ୍ୟଷରୁ ସ୍ନାନ କରି ନଦୀ, ସମୁଦ୍ର, ପୁଷ୍କରଣୀ,ଝରଣା ତଟରେ ବାଲିରେ କୃଷ୍ଣମୂର୍ତ୍ତି ସ୍ଥାପନ କରି, ପୁଷ୍ପଚନ୍ଦନ ହୁଳହୁଳି ଦାନପୂର୍ବକ, କୃଷ୍ଣ ତୁଲ୍ୟ ପତିପ୍ରାପ୍ୟର୍ଥ କାର୍ତ୍ତିକ ବ୍ରତ ପାଳନ କରୁଥିଲେ ।
ବିଧବା ମହିଳା ଓ ଧର୍ମ ପରାୟଣ ବ୍ୟକ୍ତି ମାସ ସାରା ରାଇ ଦାମୋଦର ପୂଜା ଚଉରା ମୂଳରେ କରିଥାଆନ୍ତି । ପଞ୍ଚୁକ ପାଞ୍ଚ ଦିନ ମଠ, ମନ୍ଦିରରେ ରାସ ଉସôବ ପାଳିତ ହୋଇଥାଏ । ସନ୍ଧ୍ୟାରେ ପୂଜା ପାଉଥିବା ରାଧା କୃଷ୍ଣଙ୍କୁ ମନ୍ଦିରରୁ ଶୋଭାଯାତ୍ରାରେ ଅଣାଯାଇ ପୂର୍ବରୁ ପ୍ରସ୍ତୁତ କୁଞ୍ଜରେ ଉପବେସନ କରାଯାଏ । ତାଙ୍କ ସମ୍ମୁଖରେ ଶରଦ ରାସ ପୁସ୍ତକର ଗୋଟିଏ ଗୋଟିଏ ଅଧ୍ୟାୟ ସବୁଦିନ ପାଠ କରାଯାଇ ଥାଏ । ଶେଷରେ ବାଳ ଭୋଗ, ଆଳତୀ ଅନୁଷ୍ଠିତ ହୋଇ ଠାକୁରଙ୍କୁ କୁଞ୍ଜରୁ ସ୍ୱ ମନ୍ଦିରକୁ ନିଆଯାଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ରାସ ଉସôବ ସମାପନ ହୋଇଥାଏ । ରାସ ଉସôବ ପାଇଁ ପ୍ରାଚୀ ଉପତ୍ୟକାର ଅନ୍ତଃବେଦୀ ମଠ, ରାଧାକାନ୍ତ ମଠ, ଅର୍କ ମଠ, ସିଦ୍ଧ ମଠ, ଅହ୍ମୁଣିଆଁ ମଠ, ଗୋପାଳ ମଠ, ଗୁରୁଦେବ ମଠ, ରୋହିଣୀ ମଠ, ବିଶ୍ୱାମିତ୍ର ମଠ, ଚକିଆ ମଠ, ଦେଉଳି ମଠ, ଅତିବଡ଼ି ମଠ, ପଞ୍ଚବଟୀ ମଠ, ବନ୍ଧୁ ମଠ, ଅପସରା ମଠ, ନୂଆମଠ ଓ ରାଧାକାନ୍ନ ମନ୍ଦିରରେ ସ୍ୱତନ୍ତ୍ର ପୂଜା ନୀତି ଅନୁଷ୍ଠିତ ହେଉଛି । ରାସ ଉସôବ ଦେଖିବାକୁ ରାଧାକୃଷ୍ଣଙ୍କ ଆଶୀର୍ବାଦ ପାଇବାକୁ ମଠ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଛି ।