ଡେବି୍ରଗଡ଼ ଅଭୟାରଣ୍ୟରେ ୭୮୮ ଗୟଳ ଚିହ୍ନଟ
ସମ୍ବଲପୁର : ହୀରାକୁଦ ନଦୀବନ୍ଧ କୂଳରେ ଥିବା ଡେବି୍ରଗଡ଼ ଅଭୟାରଣ୍ୟରେ ଇଣ୍ଡିଏନ୍ ବାଇସନ୍ ବା ଗୟଳ ଗଣନା ସମ୍ପୂର୍ଣ୍ଣ ହୋଇଛି । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଗତମାସ ଏହି କରାଯାଇଥିବା ଏହି ଗଣନା ଅନୁଯାୟୀ ଡେବ୍ରିଗଡ଼ ଅଭୟାରଣ୍ୟରେ ୭୮୮ ଗୟଳ ଅଛନ୍ତି । ତନ୍ମଧ୍ୟରେ ୨ବର୍ଷରୁ କମ୍ ବୟସର ୩୧୫ ଓ ୧୨୮ ନବଜାତ ଗୟଳ ଅଛନ୍ତି । ଗତ ବର୍ଷ ପ୍ରଥମ କରି କରାଯାଇଥିବା ଗୟଳ ଗଣନାରେ ଏଠାରେ ୬୫୯ ଗୟଳ ଥିଲେ । ଏହି ଗଣନାର ୬ ମାସ ମଧ୍ୟରେ ୧୨୯ ଗୟଳ ବୃଦ୍ଧି ପାଇଥିବା ଡିଏଫ୍ଓ ଅଂଶୁପ୍ରଜ୍ଞା ଦାଶ ସୂଚନା ଦେଇଛନ୍ତି । ଗତ ଥର ୫୨ଟି ଗୟଳ ଗୋଷ୍ଠୀ ଠାବ କରାଯାଇଥିବା ବେଳେ ଏଥର ତାହା ୬୦କୁ ବୃଦ୍ଧି ପାଇଛି । ଏହି ଗୋଷ୍ଠୀମାନଙ୍କରେ ବୟସ୍କା ମାଈ ଗୟଳମାନେ ଶାବକ ଓ ଛୋଟ ଗୟଳମାନଙ୍କ ନେତୃତ୍ୱ ନେଇଥାନ୍ତି । ଏ ବର୍ଷ ମୌସୁମୀ ଓ ଶୀତ ସମୟରେ ନବଜାତ ଓ ଶାବକ ଗୟଳମାନଙ୍କ ଗଣନା କରାଯିବ । ଅନ୍ୟ ପକ୍ଷରେ ଡେବି୍ରଗଡ଼ ଅଭୟାରଣ୍ୟର ସଫାରୀ ଜୋନ୍ରେ ୧୪୫ ଗୟଳ ୬ଟି ଗୋଷ୍ଠୀରେ ରହୁଛନ୍ତି । ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ ଏମାନେ ଲୁପ୍ତପ୍ରାୟ ଥିବାରୁ ସିଡୁ୍ୟଲ-୧ ଘୋଷଣା କରାଯାଇଛି । ଅଭୟାରଣ୍ୟରେ ସମ୍ବର, ହରିଣ, ବାର୍ହା, ବାଘ, ଭାଲୁ, ହାତୀ, କୋକିଶିଆଳୀ ପ୍ରଭୃତି ବନ୍ୟାପ୍ରାଣୀ ଅଛନ୍ତି ।