ବେଦାନ୍ତ ଆଲୁମିନିୟମ୍ ବୁଲି ଦେଖିଲେ ଆଇଆଇଏମ୍ ଛାତ୍ରଛାତ୍ରୀ
ାା ପ୍ରଭାନୁ୍ୟଜ୍ ।ା ସମ୍ବଲପୁର: ଦେଶର ସର୍ବବୃହତ୍ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ର ଝାରସୁଗୁଡ଼ା କମ୍ପ୍ଲେକ୍ସକୁ ଆଇଆଇଏମ୍ ସମ୍ବଲପୁରର ଛାତ୍ରଛାତ୍ରୀମାନେ ଗସ୍ତରେ ଆସିଥିଲେ । ଏହି ଛାତ୍ରଛାତ୍ରୀମାନେ ଆଲୁମିନିୟମ୍ ଦ୍ରବ୍ୟର ପ୍ରସ୍ତୁତି ସମ୍ପର୍କରେ ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରିଥିଲେ । ୬୦ରୁ ଅଧିକ ଦେଶକୁ ଉଚ୍ଚମାନର ଆଲୁମିନିୟମ୍ ଯୋଗାଉଥିବା କମ୍ପାନୀର ଅତ୍ୟାଧୁନିକ ଯନ୍ତ୍ର, ଉନ୍ନତ ପ୍ରକି୍ରୟାକରଣ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅଭିଜ୍ଞ ବିଶେଷଜ୍ଞମାନେ ବୁଝାଇଥିଲେ । ଏଥି ସହିତ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଆଲୁମିନିୟମ୍ ଶିଳ୍ପ କ୍ଷେତ୍ରରେ ଭବିଷ୍ୟତର ସୁଯୋଗ, ଶିଳ୍ପ ଗତିବିଧି, ସ୍ଥାୟୀ ବ୍ୟବସାୟ ଉପରେ ମଧ୍ୟ ଜ୍ଞାନ ଆରହଣ କରିଥିଲେ । କମ୍ପାନୀର ସିଓଓ ସୁନୀଲ ଗୁପ୍ତା ବେଦାନ୍ତ ଆଲୁମିନିୟମ୍ରେ ନିରନ୍ତରତା ଓ ପ୍ରୋତ୍ସାହନ ଉଲ୍ଲେଖନୀୟ ବୋଲି କହିଥିଲେ । ଭବିଷ୍ୟତକୁ ଦୃଷ୍ଟିରେ ରଖି କମ୍ପାନୀ କାର୍ଯ୍ୟଶୈଳୀ ଅନୁସରଣ କରୁଛି । ଆଇଆଇଏମ୍ ଛାତ୍ରଛାତ୍ରୀମାନଙ୍କ ସହ ଅଭିଜ୍ଞତା ବିନିମୟ ଖୁସିର ବିଷୟ ବୋଲି କହିଥିଲେ ।