ଡ୍ରାଇଭରକୁ ମାଡ ପ୍ରତିବାଦରେ ରାସ୍ତାରୋକ
ବାସୁଦେବପୁର : ଧାମରା -ବାସୁଦେବପୁର ରାସ୍ତା ପାରାପୋଖରୀ ଛକଠାରେ ମାଛ ଗାଡିକୁ ଅଟକାଇ ଡ୍ରାଇଭରକୁ ମାଡ ମାରିବା ଘଟଣା। ଏ ନେଇ କଷିଆ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ପୁଲିସ ମାମଲା ରୁଜ୍ଜୁ କରିନି। ଅଭିଯୁକ୍ତ ଯୁବକ ଜଣକ ବହୁବାର ଏପରି ଆତଙ୍କରାଜ ଚଳାଇ ଆସୁଥିବା କାରଣରୁ ଜନ ଅସନ୍ତୋଷ ଦେଖାଦେଇଛି । ଏ ନେଇ ସ୍ଥାନୀୟ ଲୋକେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଖବରପାଇ ଆଡିସନାଲ ଏସପି ଅଂଶୁମାନ ଦ୍ବିବେଦୀ,ସଦର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଵୁଝାସୁଝା କରିଥିଲେ ।