ବିଏନଏମଏ କଲେଜର ବାର୍ଷିକ ଉତ୍ସବରେ ଯୋଗଦେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ

 ତିହିଡି: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧାସ୍ଥିତ ବିରଞ୍ଚôନାରାୟଣ ମାଧବାର୍ଜୁନ (ବିଏନଏମଏସ) କଲେଜର ବାର୍ଷିକ ଉତ୍ସବରେ ଯୋଗଦେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ । ଗୁରୁବାର ପୂର୍ବାହ୍ନରେ ଛାତ୍ରସଂସଦ, ନାଟ୍ୟ ସଂସଦ ଓ +୨ ସାଂସ୍କୃତି ସଂସଦ ମିଳିତ ଆୟୋଜନରେ ଅନୁଷ୍ଠିତ ଉକ୍ତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଲେଜର ଅଧ୍ୟକ୍ଷ ଅମୂଲ୍ୟ ପରିଡ଼ାଙ୍କ ଅଧ୍ୟକ୍ଷତା ଓ ଛାତ୍ରସଂଦର ଉପସଭାପତି ଅଧ୍ୟାପକ ଡ. ବିଶ୍ୱରଂଜନ ଦାସଙ୍କ ସଂଚାଳନରେ ଅନୁଷ୍ଠିତ ସଭାରେ ଉଦ୍ଘାଟକ ଓ ମୁଖ୍ୟ ଅତିଥିଭାବେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ପାଠ ସହିତ ସାଠର ଆବଶ୍ୟକତା ରହିଛି ବୋଲି କହିଥିଲେ । ଯେଉଁ ସାଠର ପାଠ ସହିତ ସାମଞ୍ଜସ୍ୟ ରହୁଥିବ । ଏହି ଉକ୍ତିଟି ଏକ ଗଳ୍ପ ମାଧ୍ୟମରେ ଉପସ୍ଥାପନ କରିଥିଲେ । ମୁଖ୍ୟ ବକ୍ତାଭାବେ ଆଞ୍ଚଳିକ ଶିକ୍ଷା ନିଦେ୍ର୍ଦଶକ ହେମନ୍ତ କୁମାର ଘଡ଼େଇ, ସମ୍ମାନିତ ବକ୍ତା ଭାବେ ଗାୟତ୍ରୀ ପରିବାର ପ୍ରବକ୍ତା ଆଚାର୍ଯ୍ୟ ହେମନ୍ତ କୁମାର ପଣ୍ଡା ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ । ଛାତ୍ରସଂସଦ ଉପଦେଷ୍ଟା ଅଧ୍ୟାପକ ସରୋଜ କୁମାର ମହାପାତ୍ର ଓ ନାଟ୍ୟ ସଂସଦର ଉପସଭାପତି ଅଧ୍ୟାପକ ଗୋବିନ୍ଦ ଚନ୍ଦ୍ର ବାଗ ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ଅଧ୍ୟାପକ ରାଜେନ୍ଦ୍ର କୁମାର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ କଲେଜ ଛାତ୍ରୀମାନେ ବନେ୍ଦ ଉକ୍ରଳ ଜନନୀ ଗାନ କରିଥିବା ବେଳେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ସଭାରେ କଲେଜର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର, ଅଶୋକ ମଲ୍ଲିକ, ତପନ ନାୟକ, ଦେବାଶିଷ ଦାସ, ସୁସ୍ମିତା ପଣ୍ଡା, ଆଲଫାରାଣୀ ନାୟକ, ଗାୟତ୍ରୀ ବେହେରା, ବୈଷ୍ଣବ ଚରଣ ମହାନ୍ତି ଓ ଡିଇଓ ଚିତ୍ତରଂଜନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ ସୂର୍ଯ୍ୟବଂଶୀ ୨ କୋଟି ୭୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କଲେଜ ନୂତନ ବିଜ୍ଞାନ ଗୃହର ଶିଳାନ୍ୟାସ କରିଥିଲେ । ଏହି ବାର୍ଷିକ ଉତ୍ସବରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷା କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।