ଆର୍ଦ୍ରଭୂମି ସଂରକ୍ଷଣ ପାଇଁ ସଚେତନତା
ତିର୍ତ୍ତୋଲ: ଶିକ୍ଷା ଧୀନ ପରୁଣା ପୋଷଲ ହାଇସ୍କୁଲରେ ଆର୍ଦ୍ରଭୂମି ସଂରକ୍ଷଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧିନ ପରିବେଶ ଶିକ୍ଷଣ କେନ୍ଦ୍ର ଭୁବନେଶ୍ୱର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଛାତ୍ରଛାତ୍ରୀ ଏକ ରାଲିରେ ବିଭିନ୍ନ ପ୍ଲାକ-କାର୍ଡ ଧରି ସ୍ଲୋଗାନ ଦେଇ ନିକଟବର୍ତ୍ତୀ ପୁଷ୍କରିଣୀକୁ ଯାଇଥିଲେ । ଗ୍ରାମର କିଛି ବ୍ୟକ୍ତିଙ୍କଦ୍ୱାରା ପୁଷ୍କରିଣୀରେ ଥିବା ଦଳ, ଅଳିଆ ଆବର୍ଜନାକୁ ସଫେଇ କରାଯାଇଥିଲା । ଏହି ଅବସରରେ ସମସ୍ତ ଅତିଥି, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଆର୍ଦ୍ରଭୂମି ମିତ୍ର ଶପଥ ଗ୍ରହଣ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । ପ୍ରଧାନଶିକ୍ଷୟିତ୍ରୀ ନମିତା ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ପରିବେଶବିତ୍ ଉକ୍ରଳ ରଞ୍ଜନ ମହାନ୍ତି, ସମ୍ମାନିତଅତିଥି କ୍ଷୀରୋଦ ବାରିକ ପ୍ରମୁଖ ଯୋଗଦେଇ ଆର୍ଦ୍ରଭୂମିର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଆହ୍ୱାନ ଦେଇଥିଲେ । ଏଥିରେ ଶିକ୍ଷକ ଶିଶିର ବରାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ଅଶୋକ ବେହେରା ଧନ୍ୟବାଦ ଦେଇଥିଲେ । ଶିକ୍ଷୟିତ୍ରୀ ଅମ୍ବିକା ସାହୁ, ଶିକ୍ଷକ ମାନସ ରଞ୍ଜନ ମହାନ୍ତି, ଭ୍ରମର ବର ମଲ୍ଲ, ସୁରେନ୍ଦ୍ର କୁମାର ଦାସ, ପ୍ରମୋଦ ସାହୁ, ଅଜୟ ସାହୁ ପ୍ରମୁଖ ପରିଚାଳନାରେ କରିଥିଲେ ।