ଡ୍ରେନ୍‌ରେ ଭାସିଯାଇଥିବା ନାବାଳକ ମୃତ

ଭୁବନେଶ୍ୱର : ଡ୍ରେନ୍‌ରେ ଭାସିଯାଇଥିବା ନାବାଳକଙ୍କୁ ଉଦ୍ଧାର କରାଯାଇଛି। ଲକ୍ଷ୍ମୀସାଗର ନିକଟ ନାଳରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ନାବାଳକକୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୟୁନିଟ-୩ ମସଜିଦ କଲୋନୀ ପାଖ ଡ୍ରେନ୍‌ରେ ନାବାଳକ ଜଣଙ୍କ ଭାସି ଯାଇଥିଲେ।

ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ୍‌ କଲୋନୀର ଏସ୍‌କେ ରାଜେଶ୍‌ ଓ ତାଙ୍କ ସାଥୀମାନେ ଆଜି ଅପରାହ୍ନରେ ମୁକୁଳା ଡ୍ରେନ୍‌ ପାଖରେ ଖେଳୁଥିଲେ। ପ୍ରାୟ ସାଢ଼େ ୨ଟାରେ ହଠାତ ପ୍ରବଳ ବର୍ଷା ହୋଇଥିଲା। ସେତିକି ବେଳେ କିଛି ବେଲୁନ୍‌ ମୁକୁଳା ଡ୍ରେନରେ ଭାସି ଭାସି ଯାଉଥିଲା। ସେହି ବେଲ୍‌ନକୁ ଆଣିବା ପାଇଁ ଏସ୍‌କେ ରାଜେଶ୍‌ ଓ ତାଙ୍କର କିଛି ସାଥୀମାନେ ଡ୍ରେନ୍‌କୁ ଯାଇଥିଲା। ବେଲୁନ୍‌ ଆଣୁଥିବା ବେଳେ ପ୍ରବଳ ବେଗରେ ଆସୁଥିବା ବର୍ଷା ପାଣିରେ ଭାସି ଯାଇଥିଲେ ଏସ୍‌କେ ରାଜେଶ୍‌। କିନ୍ତୁ ତାଙ୍କ ସାଥୀମାନେ ବର୍ତ୍ତି ଯାଇଥିଲେ। ସେମାନେ ଚିତ୍କାର କରିବାରୁ ସାହି ଲୋକେ ଉଦ୍ଧାର ପାଇଁ ଡ୍ରେନ୍‌ ଭିତରେ ପଶିଥିଲେ। ଭାସି ଯାଇଥିବା ପିଲାର ବୟସ ୧୦ରୁ ୧୧ ବର୍ଷ ହେବ।

ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ମୁକୁଳା ଡ୍ରେନ୍‌ ପାଖରେ ପହଞ୍ଚି ଥିଲେ। ପିଲାକୁ ଉଦ୍ଧାର କରିବା ପାଇଁ ଯାଇଥିଲେ। ପ୍ରାୟ ଘଣ୍ଟାଏ ପରେ ଓଷ୍କାର ସିଟି ପାଖରେ ଥିବା ଡ୍ରେନ୍‌ ପାର୍ଶ୍ୱରୁ ଏସ୍‌କେ ରାଜେଶ୍‌ ଉଦ୍ଧାର କରାଯାଇଥିଲା। ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ପିଲାଟିର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।