ସୋସିଆଲ ଇମ୍ପାକ୍ଟ ଆୱାର୍ଡ  କାର୍ଯ୍ୟକ୍ରମରେ ଜେଏସପିଏଲ ସମ୍ମାନିତ

 ଭୁବନେଶ୍ୱର : ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ପକ୍ଷରୁ କୋଲକାତାଠାରେ ଆୟୋଜିତ ସମ୍ମାନଜନକ ସପ୍ତମ ସୋସିଆଲ ଇମ୍ପାକ୍ଟ ଆୱାର୍ଡ ୨୦୨୫ କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସପି)କୁ ଏହାର ଜିନ୍ଦଲ ଆଶା କାର୍ଯକ୍ରମ ପାଇଁ ବିଜେତା ଟ୍ରଫି ଏବଂ କିଶୋରୀ ଏକ୍ସପ୍ରେସ କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ଜୁରି ପୁରସ୍କାରରେ ସମ୍ମାନିତ କରାଯାଇଛି  । ଅସାନସୋଲ ଦକ୍ଷିଣର ବିଧାୟକ ଅଗ୍ନିମିତ୍ର ପାଲ ଏହି ପୁରସ୍କାର ପ୍ରଦାନ କରିଥିଲେ । ମାଗସେସେ ପୁରସ୍କାର ବିଜେତା ଅଂଶୁ ଗୁପ୍ତା ଏବଂ ରୋଟାରୀ ଇଣ୍ଟରନ୍ୟାସନାଲର ପୂର୍ବତନ ଗ୍ଲୋବାଲ ପ୍ରେସିଡେଣ୍ଟ ଶେଖର ମେହେଟ୍ଟା ଏହି କାର୍ଯକ୍ରମରେ ଉପସ୍ଥିତ ଥିଲେ  ।
ଜେଏସପି ଏହାର ପ୍ରମୁଖ କାର୍ଯ୍ୟକ୍ରମ ଜିନ୍ଦଲ ଆଶା ପାଇଁ ଶିକ୍ଷା ବର୍ଗରେ ବିଜେତା ଟ୍ରଫି ଏବଂ କିଶୋରୀ ଏକ୍ସପ୍ରେସ କାର୍ଯ୍ୟକ୍ରମ ପାଇଁ ସ୍ୱାସ୍ଥ୍ୟ ବର୍ଗରେ ସ୍ୱତନ୍ତ୍ର ଜୁରି ପୁରସ୍କାର ହାସଲ କରିଛି  । ଜିନ୍ଦଲ ଆଶା ଦିବ୍ୟଙ୍ଗ ପିଲାମାନଙ୍କୁ ସେମାନଙ୍କ ଶିକ୍ଷା କ୍ଷେତ୍ରରେ ଏବଂ ସାମାଜିକ ମୁଖ୍ୟସ୍ରୋତରେ ସାମିଲ କରିବାରେ ସହାୟତା କରୁଥିବା ବେଳେ କିଶୋରୀ ଏକ୍ସପ୍ରେସ୍ କାର୍ଯ୍ୟକ୍ରମ ରକ୍ତହୀନତା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରି କିଶୋରୀମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି  । ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ ଏହି ସଫଳତା ନେଇ ଆଇସିସିକୁ ଧନ୍ୟବାଦ ଜଣାଇଛନ୍ତି । ଜେଏସପିର ନିରନ୍ତର ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ ଗୁଡିକ ଅନ୍ତର୍ଭୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଦକ୍ଷତା ବିକାଶ ମାଧ୍ୟମରେ ଅବହେଳିତ ସମ୍ପ୍ରଦାୟଗୁଡ଼ିକୁ ସଶକ୍ତ କରୁଛି  ।