ତଳି ପକାରେ ବର୍ଷା ବାଧକ

ପାଣିକୋଇଲି: ମୌସୁମୀ ବର୍ଷାର ଆଗମନରେ ସାଧାରଣତଃ ଖରିପ ଚାଷ ଆରମ୍ଭ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଖରିପ ଚାଷ ଆରମ୍ଭରୁ ବର୍ଷା ଲାଗିରହିଛି । ଶେଷ ରଜରୁ ବର୍ଷା ଏଯାବତ ଲାଗିରହିଥିବାରୁ ତଳିପକାରେ ସମସ୍ୟା ଉପୁଜିଛି । ଅନେକ ଚାଷୀ ତଳି ପକାଇଥିଲେ ହେଁ ବର୍ଷା କାରଣରୁ ତାହା ଉଧୋଉନି । ପ୍ରତ୍ୟେକ ଦିନ ବର୍ଷା ହେବାରୁ ତଳି କିଆରିରେ ଆଣ୍ଠୁଏ ପାଣି ଜମି ରହୁଛି । ଫଳରେ ତଳି ପଚି ଯାଉଛି । ଚାଷୀ କିଆରିରୁ ପାଣି ବାହୁଛି ସତ କିନ୍ତୁ ପୁଣି ବର୍ଷା କାରଣରୁ ପାଣି ପୁରିଯାଉଛି । ଯାହା ଫଳରେ ଚାଷୀ ପକାଇଥିବା ତଳି ନଷ୍ଟ ହୋଇପଡ଼ୁଛି । ରଜ ପରେ ଯେଉଁ ତଳି ପଡ଼ିଯାଏ ତାହା ଶ୍ରାବଣ ମାସରେ ରୁଆ ରୁଇ କାର୍ଯ୍ୟ ଚାଲେ । ତାହା ହେବାର ଦେଖାଯାଉନି । ବର୍ଷା କମିଲେ ତଳି ପକାଇବାକୁ ଅନାଇ ରହିଛି ଚାଷୀ ।