ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

 ଦାନଗଦୀ : ପଞ୍ଚାୟତ ହାଇସ୍କୁଲ ଶାଳୀଜଙ୍ଗାର ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଜୟ କୁମାର ସାହୁଙ୍କ ଉଦେ୍ଦଶ୍ୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଭା ପୂର୍ବରୁ ପୂର୍ବତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ଗଣେଶ୍ୱର ମିଶ୍ରଙ୍କ ସ୍ମୁତିରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ମୋ ସ୍କୁଲ ଅଭିଯାନର ସଭାପତି ବସନ୍ତ କୁମାର ଦାସ, ପ୍ରଧାନ ଶିକ୍ଷକ ବଳଭଦ୍ର ସ୍ୱାଇଁ, ବିଦ୍ୟାଳୟ ସମ୍ପାଦକ ଫକୀର ଚରଣ ଦାସ, ପୂର୍ବତନ ପ୍ରଧାନ ଶିକ୍ଷକ ବସନ୍ତ କୁମାର ବାରିକ, ବଳରାମ ଦାସ, ଅଜିତ କୁମାର ଦାସ, ବିଜୟ ସାହୁ, ନିତ୍ୟାନନ୍ଦ ଦାସ, ଗୌରୀ ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।