ପିଇବାପାଣି ପାଇଁ ୧ କିଲୋମିଟର ଯାଉଛନ୍ତି ଘାଗିଆ ସାହି ଲୋକେ

 କାଳିଆପାଣି : କାଳିଆପାଣି ଖଣି ଅଂଚଳରେ ଅନେକ କମ୍ପାନୀ ଖଣି ପ୍ରଭାବିତ ଲୋକଙ୍କୁ ପିଇବା ପାଣିର ସୁବିଧା କରି ଦେଇଛୁ ବୋଲି ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ କ୍ଷେତ୍ରରେ ତାହା ସମ୍ପୂର୍ଣ ଓଲଟା । କାଳିଆପାଣି ପଞ୍ଚାୟତ ଅନ୍ତର୍ଗତ ଘାଗିଆ ସାହିରେ ଏବେ ପିଇବା ପାଣିର ଉକôଟ ସମସ୍ୟା ଦେଖାଦେଇଛି । ଗାଁ ଲୋକଙ୍କ କହିବା ଅନୁଯାୟୀ ୨୦୦୯ ମସିହାରେ ତକôାଳୀନ ସୁକିନ୍ଦା ବିଧାୟକଙ୍କ ପରାମର୍ଶରେ ଘାଗିଆ ସାହିରେ ଗାଁ ଲୋକଙ୍କ ପାଇଁ ବାଲେଶ୍ୱର ଏଲୋଇଜ କମ୍ପାନୀ ଏକ ପାଣିଟାଙ୍କି ମାଧ୍ୟମରେ ପିଇବା ପାଣିର ବ୍ୟବସ୍ଥା କରିଥିଲା । କିନ୍ତୁ ଉକ୍ତ ପାଣିଟାଙ୍କିରୁ ଏବେ ପାଣି ସପ୍ଲାଇ ବନ୍ଦ ହୋଇରହିଛି । ଆଜି ଗାଁର ମହିଳା ଏବଂ ପୁରୁଷ ଏକତ୍ରିତ ହୋଇ କହିଛନ୍ତି ଯେ, ଗତ ସାଧାରଣ ନିର୍ବାଚନ ପରେପରେ ବାଲେଶ୍ୱର ଏଲୋଇଜ କମ୍ପାନୀ ଦ୍ୱାରା ଯୋଗାଇ ଦିଆ ଯାଇଥିବା ପାଣି ଟାଙ୍କି ଫାଟିକି ଆଁ କରିଛି । ପାଣି ପମ୍ପ ଅଚଳ ହୋଇ ପଡିଛି । ଅନେକ ଥର କମ୍ପାନୀର ଅଧିକାରୀ ମାନଙ୍କୁ ଲିଖିତ ଏବଂ ମୌଖିକ ଭାବେ ଜଣାଇଥିଲେ ସୁଦ୍ଧା କ ଏଥିପାଇଁ ତିଳେ ମାତ୍ର କର୍ଣ୍ଣପାତ କରୁନାହାନ୍ତି । ଯାହା ଫଳରେ ଆମେ ଏକ ବର୍ଷ ଧରି ପିଇବା ପାଣିର ସମସ୍ୟାରେ ଘାଣ୍ଟି ଚକଟି ହେଉଛୁ । ଗାଁରେ ନଳକୂପ ଗୁଡିକ ବହୁ ପୁରାତନ ଯୋଗୁଁ ସେଥିରୁ ପିଇବା ଉପଯୋଗୀ ପାଣି ବାହାରୁନାହିଁ । ତେଣୁ ବାଧ୍ୟହୋଇ ୧କିଲୋମିଟର ଦୂର ହାଟ ପଡିଆରେ ଥିବା ନଳକୂପରୁ ପାଣି ଆଣିବାକୁ ପଡୁଛି । ସେମାନେ ଆହୁରି ଅଭିଯୋଗ କରିଛନ୍ତି ଯେ କମ୍ପାନୀ ଖାଲି କହୁଛି ଆମେ ଖଣି ପ୍ରଭାବିତ ଅଂଚଳର ସମସ୍ତ ଗାଁକୁ ପିଇବା ପାଣିଠାରୁ ଆରମ୍ଭ କରି ଅନ୍ୟସବୁ ମୌଳିକ ସୁବିଧା ଯୋଗାଇ ଦେବାକୁ ପ୍ରତିଶୃତିବଦ୍ଧ । କିନ୍ତୁ ପ୍ରକୃତରେ ତାହା ସମ୍ପୂର୍ଣ ମିଛ । କମ୍ପାନୀ ମାନେ କେବଳ ମିଥ୍ୟା ପ୍ରତିଶୃତି ଦେଇ ଏବଂ ଲୋକମାନଙ୍କୁ ବିଭିନ୍ନ ପ୍ରକାର ମନଲୋଭା ପ୍ରତିଶୃତି ଦେଇ ଖଣି ଖାଦାନ ହାତେଇ ନେବା ପରେ ସବୁ କିଛି ଭୁଲିଯାଉଛନ୍ତି । ଗତ ବର୍ଷେ ହେଲା ପାଣିପମ୍ପକୁ ସଂଯୋଗ ହୋଇଥିବା ବିଜୁଳି ସଂଯୋଗ କାଟି ଦିଆଯାଇଥିବା ଅଭିଯୋଗ କରିଥିଲେ । କମ୍ପାନୀ ପକ୍ଷରୁ ଲାଗିଥିବା ପ୍ଲାଷ୍ଟିକ ପାଣି ଟାଙ୍କି ସମ୍ପୂର୍ଣ ଫାଟିଯାଇ ଥିବାର ଦେଖିବାକୁ ମଧ୍ୟ ମିଳିଛି । ପାଣିଟାଙ୍କି ଥିବା ସ୍ଥାନଟିକୁ ଦେଖିଲେ ଲାଗୁଛି ସତେ ଯେମିତି ଗାଁ ଲୋକଙ୍କୁ ପରିହାସ କରିବାପାଇଁ ଏହା ନିର୍ମାଣ କରାଯାଇଥିଲା । ଏହି ଗାଁର ସୀତା ମାରଣ୍ଡି, ଚମ୍ପା ଟୁଡୁ, ରିନି ମୁର୍ମୁ, ଦୁଲି ମାରଣ୍ଡି, ଲଷ୍ମୀ ଟୁଡୁ, ଭୀମ ଟୁଡୁ, ବିନୋଦ ମହାନ୍ତ, ଧୂମା ମାରଣ୍ଡି, ରଥ ମାରଣ୍ଡି, ମଙ୍ଗୁଳୁ ଟୁଡୁ ଏବଂ ଅନ୍ୟମାନେ ଏନେଇ ଏକ ବୈଠକରେ ବସି ପାଣିପାଇଁ ଆଲୋଚନା କରିଥିଲେ । ସରପଞ୍ଚ ବିକାଶ ପାତ୍ର ଏନେଇ ବାଲେଶ୍ୱର ଏଲୋଇଜକୁ ଦୁଇଦୁଇଥର ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କମ୍ପାନୀ ପିଇବା ପାଣିର ବ୍ୟବସ୍ଥା କରୁନାହିଁ ବୋଲି ଅଭିଯୋଗ କରିଛନ୍ତି ।