ତହସିଲ କାର୍ଯ୍ୟାଳୟ ଛାତରେ ଉଠିଛି ଗଛ
ଖଣ୍ଡପଡ଼ା: ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟ ଛାତ ଉପରେ ଅନାବନା ଘାସ ଲତା ଓ ଏକ ଜରି ଗଛ ଉଠିଥିଲେ ହେଁ ସେଥିପ୍ରତି କର୍ତ୍ତୃପକ୍ଷଙ୍କ ନିଘା ନଥିବା ପରି ମନେ ହେଉଛି । ପ୍ରତିବର୍ଷ ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟର ମରାମତି ଓ ରକ୍ଷଣାବେକ୍ଷଣ ବାବଦରେ ପୂର୍ତ୍ତବିଭାଗ ଜରିଆରେ ଲକ୍ଷଲକ୍ଷ ଟଙ୍କା ବ୍ୟୟ ହେଉଥିବା ପ୍ରଶାସନ ସୁତ୍ରରୁ ଜଣାପଡିଛି । ମାତ୍ର ତହସିଲ କର୍ତ୍ତୃପକ୍ଷଙ୍କ ଅଣଦେଖା ଯୋଗୁଁ ବର୍ଷା ରୁତୁରେ ତହସିଲ କାର୍ଯ୍ୟାଳୟର ଛାତ ଉପରେ ଘାସଲତା ଓ ଗଛ ଉଠି ଛାତରୁ ପାଣି ଗଳୁଥିବା ଜଣାପଡିଛି । ଫଳରେ ସମୟାନୁକ୍ରମେ ତହସିଲ କାର୍ଯ୍ୟାଳୟର ଛାତ ଦୁର୍ବଳ ହେବାର ଆଶଙ୍କା ପ୍ରକାଶ ପାଇଛି । ଏଥିପ୍ରତି ଖଣ୍ଡପଡ଼ା ତହସିଲଦାର ଓ କାର୍ଯ୍ୟାଳୟ କର୍ମଚାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।