ଶ୍ରମିକ ନେତାଙ୍କ ଅକାଳ ବିୟୋଗ
ତାଳଚେର : ଏମ୍ସିଏଲ୍ ଅନନ୍ତ କୋଇଲା ଖଣିର ଆଇଏନ୍ଟିୟୁସି ଶ୍ରମିକ ସଂଗଠନର ସଭାପତି ଚନ୍ଦ୍ରଶେଖର ପଟ୍ଟନାୟକ (୬୨)ଙ୍କର ଅକାଳ ବିୟୋଗ ଘଟିଛି । ସେ କିଛିଦିନ ହେଲା ଅସୁସ୍ଥ ଥାଇ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିସôିତ ହେଉଥିଲେ । ଜଣେ ଦକ୍ଷ ଶ୍ରମିକ ନେତା ଭାବରେ ଶ୍ରମିକ ମହଲରେ ଲୋକପ୍ରିୟ ଥିଲେ । ଜଣେ ସରଳ, ମିଷ୍ଟଭାଷୀ ତଥା ପରୋପକାରୀ ବ୍ୟକ୍ତି ଭାବରେ ସେ ଆଖପାଖ ଅଂଚଳରେ ବେଶ୍ ପରିଚିତ ଥିଲେ । ଏହି ଅବସରରେ ତାଙ୍କ ମୃତ ଶରୀରକୁ ଅନନ୍ତ ଓସିପିସ୍ଥିତ ଆଇଏନ୍ଟିୟୁସି କାର୍ଯ୍ୟାଳୟ ପରିସରକୁ ଅଣାଯାଇଥିଲା । ସେଠାରେ ତାଙ୍କ ଶବାଧାରରେ ଆଇଏନ୍ଟିୟୁସ ଶ୍ରମିକ ସଂଗଠନ ପତାକାକୁ ଘୋଡ଼ାଯାଇ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ତାଙ୍କ ବିୟୋଗରେ ଶ୍ରମିକ ମହଲ ଶୋକର ଛାୟା ଖେଳିଯାଇଥିଲା । ଓଡ଼ିଶା କଲୀୟରୀଜ ମଜଦୂର ସଂଘର ସାଧାରଣ ସଂପାଦକ ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ ଏ.କେ.ଧଳ, ସୁଭଦ୍ରା କ୍ଷେତ୍ର ମହାପ୍ରବନ୍ଧକ ଏଚ. ସାଲୁଙ୍କେ, ଅନନ୍ତ କୋଇଲା ଖଣିର ପ୍ରକଳ୍ପ ଅଧିକାରୀ ବ୍ରଜବନ୍ଧୁ ବିଶ୍ୱାଳ, ଶ୍ରମିକ ନେତା ବୈକୁଣ୍ଠ କୁମାର ସାହୁ, ପ୍ରଫୁଲ୍ଲ ଜୀବନ ରାୟ, ବିନୟ କୁମାର ସାହୁ, ଲଲାତେନ୍ଦୁ ଗଡ଼ନାୟକ, ନିରୋଦ କୁମାର ପୃଷ୍ଟି, ରଞ୍ଜିତ ପ୍ରଧାନ,ମନୋଜ ସାହୁ, ଦୁଷ୍ମନ୍ତ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ଖଣି ଅଧିକାରୀ ଓ ଶ୍ରମିକ ପହଞ୍ଚô ସ୍ୱର୍ଗତ ଶ୍ରୀ ପଟ୍ଟନାୟକଙ୍କର ଅନ୍ତିମ ଦର୍ଶନ କରିଥିଲେ ।