ମହରମ ପର୍ବ ପାଳିତ

 ଭଦ୍ରକ : ଭାଇଚାରା  ଭଦ୍ରକରେ ପବିତ୍ର ମହରମ ପର୍ବ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହୋଇଛି । ଇସଲାମ ଧର୍ମରେ ଚନ୍ଦ୍ର ଗଣନାକୁ ଆଧାର କରି ପ୍ରତ୍ୟେକ ବର୍ଷ ପର୍ବ ପାଳନ କରାଯାଇଥାଏ । ଇସଲାମିକ ୧୪୪୭ (ହିଜରୀ) କ୍ୟାଲେଣ୍ଡର ଅନୁସାରେ ମହରମ ପର୍ବ ହେଉଛି ବର୍ଷର ପ୍ରଥମ ମାସ ଓ ପ୍ରଥମ ଦିନକୁ ଇସଲାମିକ ନବବର୍ଷ ଭାବେ ଆରମ୍ବ ହୁଏ । ଚନ୍ଦ୍ରର ଦଶମ ଦିନରେ "ୟମେ-ଆଶୁରା’ ପର୍ବ ତଥା ପ୍ରଫେଟ ମହମ୍ମଦଙ୍କ ନାତି ହଜରତ ଇମାମ ହୋସେନ ଶହୀଦ ହୋଇଥିଲେ । ଏହି ଶହୀଦ ଦିବସକୁ ସମଗ୍ର ପୃଥିବୀରେ "ୟାଦେ ହୋସେନ’ ପର୍ବ ଭାବେ ପାଳନ କରାଯାଉଛି । ଏହି ଉପଲକ୍ଷେ ଭଦ୍ରକରେ ମଧ୍ୟ ମହରମ ପର୍ବ ପାଳିତ ହୋଇ ୪୦ ଟି "କାଫେଲା’ ସହର ପରିକ୍ରମା କରିଥିଲେ । ଏହି ଧର୍ମସଭାରେ ସଂଚାଳକ ମାଷ୍ଟର ମୁସ୍ତାକ ଗୌହର ଦାୟିତ୍ୱ ତୁଲାଇଥିଲେ । ବିହାର ଓ କଲିକତାରୁ ମୌଲାନା ଓ ସାଏରମାନେ ଆସି ଧର୍ମସଭାରେ ଯୋଗଦାନ କରିଥିଲେ । ଭଦ୍ରକ ମୁସଲିମ ଜମାତର ଉପସଭାପତି ମହମ୍ମଦ ଜକାଉଲ୍ଲା , ସାଧାରଣ ସମ୍ପାଦକ ହାଜି ଶେଖ ଏନାମ ମହମ୍ମଦ, ସମ୍ପାଦକ ହାଜି ଅବଦୁଲ ମୁକିତ ଖାନ, ମହରମ କମିଟି ସଭାପତି ଜମିଲ ଅଖତର ଖାନ୍, ଉପସଭାପତି ଇଂ. ରେଜାଏ ରସୁଲ, ପ୍ରାକ୍ତନ ପାରିଷଦ ଅସରଫ ଅଲି ଖାନ, ସାଧାରଣ ସମ୍ପାଦକ ଅଖତର ଅଲି ଖାନ୍, କୋଷାଧ୍ୟକ୍ଷ ଶେଖ ଇମତିୟାଜ୍, ମିର୍ଜା ଏକ୍ରାମ ବେଗ୍, ହାଜି ଅବୁ ହୋସେନ୍, ଇଂ. ହବିବୁଲ୍ଲା ଖାନ, ହୈଦର ଖାନ୍, ଏସ ଏମ  ଫାରୁକ, ହାଜି କାସିମ ଖାନ , ଶେଖ ହବିବୁଲ୍ଲା, ହାଜି  ସବବୀର ଅଲି, ହାଜି ତବାରକ ଅଲି, ହାଜି ମତଲୁବ  ଅଲି, ହାଜି ଅବୁ ସୁଫିଆନ, ଶେଖ ଆବୁକାଲାମ, ଜାୱେଦ ଅଖତର,  ଆଇନଯିବି ତାହେର ମହମ୍ମଦ , ମିଡ଼ିଆ ସେଲ ସଂଯୋଜକ ଶେଖ ଅନୱର, ଶେଖ ନସିମ ଅଖତର, ହାଜି ହିଫଜୁର ରହେମାନ, ହାଜି ସଇଦ, ହାଜି କୈୁ୍ୟମ ଅଲି ପ୍ରମୁଖ ଉପସ୍ଥିତଥିଲେ ।