ସୀମାନ୍ତରୁ ୧୦ କେଜି ବୋମା ଜବତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଚିନ୍ତାଲନାର ପୁଲିସ ଷ୍ଟେସନ ଅଞ୍ଚଳର ଲାଖାପାଲ ଜଙ୍ଗଲରେ ଏକ ସର୍ଚ୍ଚ ଅପରେସନ୍ ସମୟରେ ସୁରକ୍ଷା ବାହିନୀ ୧୦ କିଲୋ ଓଜନର ଏକ ଆଇଇଡି ଜବତ କରିଛି । ସିଆରପିଏଫର ୭୪ତମ ବାଟାଲିୟନର ସୈନିକମାନେ ଅପରେସନ୍ ମନସୁନ୍ ଅନ୍ତର୍ଗତ ସର୍ଚ୍ଚ ପାଇଁ ବାହାରିଥିଲେ । ଯେତେବେଳେ ସେମାନେ ଏହି ବିସ୍ଫୋରକକୁ ସନେ୍ଦହଜନକ ଅବସ୍ଥାରେ ଦେଖିଥିଲେ ତୁରନ୍ତ ବୋମା ନିଷ୍କ୍ରିୟକାରୀ ଦଳକୁ ସତର୍କ କରାଇ ଦେଇଥିଲେ ଏବଂ ଆଇଇଡିକୁ ସୁରକ୍ଷିତ ଭାବରେ ନିଷ୍କ୍ରିୟ କରାଯାଇଥିଲା । ନକ୍ସଲମାନେ ସୈନିକମାନଙ୍କୁ ଟାର୍ଗେଟ କରିବା ଉଦେ୍ଦଶ୍ୟରେ ଏହି ଆଇଇଡି ଲଗାଇଥିଲେ । ଯଦି ଏହାକୁ ସମୟ ମଧ୍ୟରେ ଧରାଯାଇ ନଥାନ୍ତା, ତେବେ ଏକ ବଡ଼ ଦୁର୍ଘଟଣା ଘଟିଥାନ୍ତା । ବର୍ତ୍ତମାନ, ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଆହୁରି ବୃଦ୍ଧି କରାଯାଇଛି ।