ତିନି ଖଣ୍ଡ ହେବ ପାକିସ୍ତାନ
ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ୍ ବର୍ତ୍ତମାନ ଏକ ବଡ଼ଧରଣର ରାଜନୀତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଦେଶ ଭିତରେ ବିଚ୍ଛିନ୍ନତାବାଦୀ ବିଦ୍ରୋହ ମୁଣ୍ଡ ଟେକିଛି । ଦେଶର ପଶ୍ଚିମ ସୀମାନ୍ତରେ ବଲୁଚିସ୍ତାନ୍ ଏବଂ ଖାଇବର୍ ପଖତୁନ୍ ଖ୍ୱାରେ ବିଚ୍ଛିନ୍ନତାବାଦୀ ବିଦ୍ରୋହ ମୁଣ୍ଡ ଟେକିଛି । ବିଦ୍ରୋହୀଙ୍କ ଆଗରେ ସରକାରୀ ସୈନ୍ୟ ପରାଜୟ ବରଣ କରି ପଛଘୁଞ୍ଚା ଦେଉଛନ୍ତି କିମ୍ବା ବିପୁଳ ସଂଖ୍ୟାରେ ମୃତୁବରଣ କରୁଛନ୍ତି । ବିଦ୍ରୋହୀ ଏବଂ ଆତଙ୍କବାଦୀ ମାନେ ସେନାବାହିନୀର କ୍ୟାମ୍ପ୍ ଉପରେ ଆକ୍ରମଣ କରୁଛନ୍ତି । ଏହା ଫଳରେ ପାକିସ୍ତାନ୍ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ବଲୁଚିସ୍ତାନ୍ରେ ବଲୁଚିସ୍ତାନ୍ ଲିବରେସନ୍ ଆର୍ମୀ ନାମକ ବିଚ୍ଛିନ୍ନତାବାଦୀ ଏବଂ ଆତଙ୍କବାଦୀ ସଙ୍ଗଠନ ଦେଶର ସୈନ୍ୟବାହିନୀଙ୍କ ଉପରେ ନିର୍ମମ ଆକ୍ରମଣ ଚଲାଇଛି । ଖାଇବର୍ ପଖ୍ତୁନ୍ ଖ୍ୱାରେ ତେହରିକ୍-ଇ-ତାଲିବାନ୍ ଆତଙ୍କବାଦୀ ସଙ୍ଗଠନ ସେନାବାହୀନକୁ ଲକ୍ଷ୍ୟ କରି ଆକ୍ରମଣ ଚଳାଇଛି । ଏହା ଫଳରେ ସେନାବାହିନୀର ମନୋବଳ ଦୁର୍ବଳ ହୋଇଗଲାଣି । ଇତିମଧ୍ୟରେ ବଲୁଚିସ୍ତାନ୍ରେ ଏକ ଟ୍ରେନ୍କୁ ଅପହରଣ କରିନେଇ ସେହି ଟ୍ରେନ୍ରେ ଯାତ୍ରା କରୁଥିବା ଶତାଧୀକ ସୈନଙ୍କୁ ଗୁଳି କରି ମାରି ଦିଆଯାଇଛି । ପାକିସ୍ତାନ୍ ସରକାର ଏହି ଘଟଣାର କୌଣସି ପ୍ରତିଶୋଧ ନେଇ ପାରିନାହାନ୍ତି । କେବଳ ସେନାବାହିନୀ ନୁହେଁ, ସାଧାରଣ ଲୋକଙ୍କ ମନରେ ମଧ୍ୟ ଭୟର ବାତାବରଣ ସୃଷ୍ଟି ହେଲାଣି । ଗତ ମାର୍ଚ୍ଚ ୧ ତାରିଖରୁ ଏ ପର୍ଯ୍ୟନ୍ତ ଏହି ଦୁଇଟି ପ୍ରଦେଶରେ ସେନାବାହିନୀ ଉପରେ ଶହେ ଥରରୁ ଅଧିକ ଆକ୍ରମଣ ହେଲାଣି । ଗତ ୩୦ ଦିନ ଭିତରେ ବିଭିନ୍ନ ଆକ୍ରମଣରେ ପ୍ରାୟ ୧ ହଜାର ସୈନିକ ପ୍ରାଣ ହରେଇଲେଣି । ଏହା ସତ୍ତ୍ୱେ ପାକିସ୍ତାନ୍ ସରକାର ଏହି ଦୁଇ ପ୍ରଦେଶରେ ସମ୍ପୃକ୍ତ ଦୁଇଟି ବିଦ୍ରୋହୀ ଦଳକୁ ଦମନ କରିବାରେ ସଫଳ ହୋଇପାରୁନାହିଁ । ଏ ଦୁଇଟି ଦଳ ସେନା କର୍ମଚାରୀଙ୍କ ସହିତ ପଞ୍ଜାବ ପ୍ରଦେଶର ଲୋକଙ୍କୁ ହତ୍ୟା କରୁଛନ୍ତି ଏବଂ ନରସଂହାର କରୁଛନ୍ତି । ଏହି ଦୁଇଟି ଆତଙ୍କବାଦୀ ଏବଂ ବିଚ୍ଛିନ୍ନତାବାଦୀ ସଂଗଠନର ଭୟରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସ୍ଥିତି ଦିନକୁ ଦିନ ବିଗୁଡୁଛି । ଆର୍ଥôକ ଦୁର୍ଗତି ଦେଇ ଗତି କରୁଥିବା ପାକିସ୍ତାନ୍ର ସ୍ଥିତି ଆହୁରି ନିମ୍ନଗାମୀ ହେଉଛି । ଏ ଦୁଇଟି ପ୍ରଦେଶର ବିଦ୍ରୋହୀଙ୍କ ଆକ୍ରମଣ ଯୋଗୁଁ ପାକ୍ ସେନାବାହିନୀର ହଜାର ହଜାର ସୈନିକ ସୈନ୍ୟ ବାହିନୀ ଛାଡ଼ି ବିଦେଶ ପଳାୟନ କରୁଥିବା ଜଣାପଡ଼ିଛି । ଆତଙ୍କବାଦୀମାନଙ୍କ ପ୍ରଚଣ୍ଡ ଆକ୍ରମଣ ଆଗରେ ସେନାବାହିନୀ ମୁକାବିଲା କରିବା ଅବସ୍ଥାରେ ନାହିଁ । ତେଣୁ ଗୋଟିଏ ପଟେ ଜୀବନରକ୍ଷା ଆଉ ଆରପଟେ ଦେଶର ଆର୍ଥôକ ଦୁର୍ଗତିକୁ ଲକ୍ଷ୍ୟରେ ରଖି ଗତ ୧୫ ଦିନ ମଧ୍ୟରେ ଅଢ଼େଇ ହଜାର ଜବାନ୍ ଦେଶ ଛାଡ଼ି ବିଦେଶ ପଳାଇଥିବା ଜଣାପଡ଼ିଛି । ଏହି ଜବାନ୍ମାନେ କୁଏତ୍, କାତାର୍, ୟୁଏଇ ଆଦି ରାଷ୍ଟ୍ରକୁ ଶ୍ରମିକ ଭାବରେ ଚାଲି ଯାଉଛନ୍ତି । ଏପ୍ରକାରେ ଦିନକୁ ଦିନ ପାକିସ୍ତାନ୍ର ଆର୍ଥôକ ସ୍ଥିତି ବିଗିଡ଼ିବାରେ ଲାଗିଛି । ଚୀନ୍ ସହାୟତାରେ ପାକିସ୍ତାନ୍ ଚାଇନା ପାକିସ୍ତାନ୍ ଇକନୋମିକ୍ କରିଡ଼ର୍ କାର୍ଯ୍ୟ ଆରମ୍ଭ କରିଛି । ହେଲେ ଏହାର ପ୍ରକଳ୍ପ ଗୁଡ଼ିକର ଅଧିକାଂଶ ବଲୁଚିସ୍ତାନ୍ ଏବଂ ଖାଇବର ପାଖ୍ତୁନ୍ ଖ୍ୱା ପ୍ରଦେଶରେ ହିଁ ରହିଯାଇଛି । ତେଣୁ ଏଠାରେ ଚୀନ୍ ପାଇଁ ଅନୁକୂଳ ପ୍ରବେଶ ନାହିଁ । ପାକିସ୍ଥାନ୍ ନିଜ ସୈନିକମାନଙ୍କୁ ସୁରକ୍ଷା ଦେଇପାରୁନାହିଁ । ଏପରି ସ୍ଥଳେ ଚୀନ୍ର ନାଗରିକମାନଙ୍କୁ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କିଭଳି ସୁରକ୍ଷା ଦେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ଏଣେ କିଛି ପ୍ରକଳ୍ପକୁ ଏହି ଦୁଇ ପ୍ରଦେଶରେ ତୀବ୍ର ବିରୋଧ କରାଯାଇ ଏସବୁ ଉପରେ ଆକ୍ରମଣ କରାଯାଉଛି । କିଛି ଚୀନ୍ ନାଗରିକ ମଧ୍ୟ ଏଥିରେ ମୃତୁ୍ୟବରଣ କରିଥିବା ଖବର ପ୍ରକାଶ ପାଇଛି । ଏଭଳି ପରିସ୍ଥିତି ଲାଗି ରହିଲେ ପାକିସ୍ତାନ୍ରୁ ପଶ୍ଚିମସୀମାର ଦୁଇ ପ୍ରଦେଶ ଦୁଇଟି ସ୍ୱାଧୀନ ରାଷ୍ଟ୍ର ଭାବରେ ମୁଣ୍ଡ ଟେକିବା ଅସମ୍ଭବ ନୁହେଁ । ପଡ଼ୋଶୀ ରାଷ୍ଟ୍ରରେ ଏ ପ୍ରକାରର ପରିସ୍ଥିତିରେ ଭାରତ ସତର୍କ ରହିବା ଆବଶ୍ୟକ ।