ଜାଲ ଆକାଉଣ୍ଟ ଖୋଲି ୭୦ ହଜାର ଚୁନ ; ଠକ ଗିରଫ

ଜାଲ ଆକାଉଣ୍ଟ ଖୋଲି ୭୦ ହଜାର ଚୁନ ; ଠକ ଗିରଫ

  • ଭୁବନେଶ୍ୱର,୨୪ ।୮ : ଅନ୍ୟ ଜଣଙ୍କର ପେନସନ୍ ଆକାଉଣ୍ଟକୁ ନିଜ ଆକାଉଣ୍ଟ କହି ବ୍ୟାଙ୍କରେ ଜାଲ କାଗଜପତ୍ର ଦେଇ ଦୁଇ ଥରରେ ୭୦ ହଜାର ଟଙ୍କା ଚୁନ ଲଗାଇଲା ଠକ । ଏନେଇ ଅଭିଯୁକ୍ତର ଆଧାର ଲିଙ୍କରୁ ଜଣାପଡ଼ିଥିଲା ସେ ଅନ୍ୟ ଜଣଙ୍କର ଆକାଉଣ୍ଟକୁ ନିଜର କହି ବ୍ୟାଙ୍କରେ ଜାଲ ନକୁ୍ୟମେଣ୍ଟ ଦେଇ ନିଜର ପାସବୁକ୍ ହଜିଥିବା କହି ବ୍ୟାଙ୍କରୁ ୭୦ ହଜାର ଟଙ୍କା ଠକେଇ କରିଛି । ପରେ ଏନେଇ ବ୍ୟାଙ୍କ୍ ମ୍ୟାନେଜର ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ଜଗତସିଂପୁର ଜିଲ୍ଲା ତିରତୋଲର ସନାତନ ପ୍ରଧାନ ।
     ସୂଚନା ଯୋଗ୍ୟଯେ, ଅଭିଯୋଗକାରି ଜଣକ ଏକ ବ୍ୟାଙ୍କରେ ମ୍ୟାନେଜର ଭାବେ କାମ କରନ୍ତି । ଅଭିଯୁକ୍ତ ସନାତନ ତାଙ୍କ ଅଧିନସ୍ତ ବ୍ୟାଙ୍କକୁ ଆସି ଅନ୍ୟଜଣେ ସନାତନ ପ୍ରଧାନ ନାମକ ବ୍ୟକ୍ତିଙ୍କ ପେନସନ ଆକାଉଣ୍ଟକୁ ନିଜ ଆକାଉଣ୍ଟ ବୋଲି କହିଥିଲେ । ତାଙ୍କର ପାସବୁକ୍ ହଜିଯାଇଥିବା ଦର୍ଶାଇ ଜାଲ ଦସ୍ତାବିଜ ସାହାର୍ଯ୍ୟରେ ଅଭିଯୁକ୍ତ ବ୍ୟାଙ୍କରୁ ଏକ ନୂତନ ପାସବୁକ୍ ନେଇଥିଲେ । ଏହାପରେ କ୍ରମାଗତ ଭାବେ ୨୦ ହଜାର ଟଙ୍କା ଏବଂ ପରେ ୫୦ ହଜାର ଟଙ୍କା ଉଠାଇ ନେଇଥିଲା ଅଭିଯୁକ୍ତ । ପରେ ବ୍ୟାଙ୍କ ମ୍ୟାନେଜର ଅଭିଯୁକ୍ତଙ୍କ ପ୍ୟାନ୍ କାର୍ଡ ଜାଞ୍ଚ ସମୟରେ ଅଭିଯୁକ୍ତ ଫର୍ଜ ଦସ୍ତାବିଜ୍ ଦେଇଥିବାର ଜଣାପଡ଼ିଥିଲା । ଏନେଇ ଖାରବେଳନଗର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିଛି ।