ପୁଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ପାଣିକୋଇଲି : ନୂତନ ଭାବେ ପ୍ରଣୀତ ଆଇନ ସଂପର୍କରେ ଏକ ସେଚତନତା ଶିବିର ପାଣିକୋଇଲି ଥାନାପକ୍ଷରୁ ଶଂଖଚିଲା ମା ହିଙ୍ଗୁଳା ପାଲାମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥିଭାବେ ଥାନାଧିକାରୀ ରଂଜିତ କୁମାର ମହାନ୍ତି ଯୋଗଦେଇ ନୂତନଭାବେ ପ୍ରଣୀତ ଆଇନ ସର୍ମ୍ପକରେ ଅବଗତ କରିଥିଲେ । ସାମାଜିକ କର୍ମୀ ଅକ୍ଷୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ସୁବାସ ଧଳ, ଆଇନଜୀବୀ ରମେଶ ଚନ୍ଦ୍ର ସାହୁ, କୋରେଇ ଉନ୍ନୟନ ପରିଷଦ ସଭାପତି ଶ୍ରୀଧର ସାହୁ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ବିନୋଦ ବିହାରୀ ସାହୁ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ଚକ୍ରଧର ସାହ,ୁ ହିଙ୍ଗୁଳା କମିଟି ପକ୍ଷରୁ କୃଷ୍ଣ ଚନ୍ଦ୍ର ସାହୁ, ନାରୀନେତ୍ରୀ ଗାୟତ୍ରୀ ପୃଷ୍ଟି, ଉପେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ନିଜ ମତ ଉପସ୍ଥାପନା କରିଥିଲେ । ସାମ୍ବାଦିକ ବିରଞ୍ଚି ଖୁଣ୍ଟିଆଙ୍କ ସଞ୍ଚାଳନାରେ ନୂତନ ଆଇନ ସଂପର୍କରେ ଉପସ୍ଥିତ ଜନତା ଓ ଥାନାଧିକାରୀଙ୍କ ମଧ୍ୟରେ ମତ ବିନିମୟ କରାଯାଇଥିଲା । ରଘୁନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।