ତୁଳସୀ ମହିଳା କଲେଜ ଗଣିତ ବିଭାଗର ଆଲୋଚନାଚକ୍ର
କେନ୍ଦ୍ରାପଡ଼ା: ତୁଳସୀ ମହିଳା ମହାବିଦ୍ୟାଳୟରେ ଗଣିତ ବିଭାଗ ତରଫରୁ ‘ଏକ୍ସପ୍ଲୋରିଙ୍ଗ୍ ଦ ଆର୍ଟ ଅଫ୍ ରାଇଟିଙ୍ଗ୍ ଏଫିସିଏଂଟ୍ ଏଣ୍ଡ୍ ସ୍କେଲେବଲ୍ କୋଡ୍ ଇନ୍ ସି ++’ ଶୀର୍ଷକ ଏକ ରାଜ୍ୟସ୍ତରୀୟ ସେମିନାର୍ କଲେଜ ଅଧ୍ୟକ୍ଷ ପ୍ରଫେସର୍ ରଞ୍ଜିତ ରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଷୟ ବିଶେଷଜ୍ଞ ଭାବେ ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର କମ୍ପୁ୍ୟଟର୍ ଇଞ୍ଜିନୟରିଙ୍ଗ୍ ବିଭାଗର ବରିଷ୍ଠ ପ୍ରଫେସର୍ ଡ. ଆଲୋକ ଜଗଦେବ୍ ଯୋଗଦେଇ ବିଷୟ ବସ୍ତୁର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ, ବିଭାଗୀୟ ମୁଖ୍ୟା ପ୍ରଫେସର ଜ୍ୟୋସ୍ନାମୟୀ ପତି ଅତିଥି ପରିଚୟ ପ୍ରଦାନ କରିଥିଲେ । କଲେଜ ଆଇକୁ୍ୟଏସି ସଂଯୋଜକ ଡ. ମଥୁରୀ ଚରଣ ନାୟକ ଆଲୋଚନା ଚକ୍ରର ଉଦେ୍ଦଶ୍ୟ ଏବଂ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାଧ୍ୟାପିକା ନିବେଦିତା ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ଅଧ୍ୟାପକ ରାଜେନ୍ଦ୍ର ସାହୁ, ଶୁଭସ୍ମିତା ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜ ପ୍ରଫେସର ସବିତା ଦାସ, ଅଧ୍ୟାପକ ବ୍ରହ୍ମାନନ୍ଦ ସେଠୀ, ସୌମ୍ୟ ରଞ୍ଜନ ପ୍ରଧାନ, ଲିପିକା ରାଉତ ଓ ଶତାଧିକ ଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ ।