ଜନନେତା ବିକ୍ରମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି
ରାଜକନିକା: ରାଜକନିକା ରାଜନୀତିର ପିତାମହ କୁହାଯାଉଥିବା ଜନନେତା ସ୍ୱର୍ଗତ ବିକ୍ରମ ଦାସଙ୍କ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କାଳିକାପୁର ସୁଶ୍ରୀ ଦେବୀ ହାଇସ୍କୁଲରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଛି । କ୍ରୀଡ଼ା ଶିକ୍ଷକ ଅରୁଣ କୁମାର ଧଳଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ବିକ୍ରମ କେଶରୀ ପରିଡ଼ା ଓ ଅବସର ପ୍ରାପ୍ତ କର୍ମଚାରୀ ବିଷ୍ଣୁ ଚରଣ ନାୟକ ସାମିଲଥିଲେ । ଏହି ପରିପ୍ରେକ୍ଷୀରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା