ରାସ୍ତାରେ ଅଟକିଲା ଶହଶହ କ୍ରୋମ ବୋଝେଇ ଟ୍ରକ: ଆନେ୍ଦାଳନକୁ ନୈତିକ ସମର୍ଥନ ଜଣାଇଲେ ଆକାଶ

 ବ୍ୟାସନଗର: ସ୍ପେଶାଲ ବୋଝେଇ ପ୍ରତିବାଦ୍ରେ ଗୁରୁବାର ଠାରୁ ଶହଶହ ଟ୍ରକ ମାଲିକ ଆରମ୍ଭ କରିଥିବା ପ୍ରତିବାଦ ଆନେ୍ଦାଳନରୁ ରାସ୍ତାରେ ଅଟକିଛି ଶହଶହ କ୍ରୋମ ବୋଝେଇ ଟ୍ରକ । ଗୋଟେ ପଟେ ବ୍ୟାସନଗନର ୨୦ନଂ ଜାତୀୟ ରାଜପଥର ନୂଆଗଡ଼ ଗୋଲେଇ ଛକରେ ଯାଜପୁର ରୋଡ଼ ଟ୍ରକ ମାଲିକ ଶତାଧିକ କ୍ରୋମ ବୋଝେଇ ଟ୍ରକ ଅଟକାଇଥିବା ବେଳେ ସେହିପରି କବାଟବନ୍ଧ ବ୍ରାହ୍ମଣୀବ୍ରିଜ୍ ନିକଟରେ ଉକ୍ତ ଅଂଚଳର ମାଲିକ ସଂଖ୍ୟାଧିକ ଟ୍ରକ ଏବଂ ଚଣ୍ଡିଖୋଲ ଠାରେ ଚଣ୍ଡିଖୋଲ ଟ୍ରକ ମାଲିକ ଗନ୍ତବ୍ୟସ୍ତଳକୁ ଯାଉଥିବା ଟ୍ରକ ଅଟକାଇଥିଲେ । ଫଳରେ ୩ଟି ସ୍ଥାନରେ ଶହଶହ ସଂଖ୍ୟାର କ୍ରୋମ ବୋଝେଇ ଟ୍ରକ ଅଟକି ରହିଥିଲା । ତେବେ ଯାଜପୁର ରୋଡ଼ ଟ୍ରକ ମାଲିକ ସଂଘ ପକ୍ଷରୁ ଗୋଲେଇ ଛକରେ ଚାଲିଥିବା ଆନେ୍ଦାଳନକୁ କୋରେଇ ବିଧାୟକ ଆକାଶ ଦାସନାୟକ ନୈତିକ ସମର୍ଥନ ଜଣାଇଛନ୍ତି । କହିବାକୁ ଗଲେ କ୍ରୋମ ବୋଝେଇକୁ ନେଇ ଖଣି ଅଂଚଳରେ ଚାଲିଥିବା ପକ୍ଷପାତିତା ବା ହାକିମବାଜିକୁ ବିଜେପି ନାପସନ୍ଦ କରିଛି । ଏହି କାରଣରୁ ଟ୍ରକ ମାଲିକ ସଂଘ ପକ୍ଷରୁ ଚାଲିଥିବା ଆନେ୍ଦାଳନ ସ୍ତଳରେ ରାଜ୍ୟ ମହିଳା ମୋର୍ଚ୍ଚା ସଂପାଦିକା ଇତିଶ୍ରୀ ଜେନା, ବ୍ୟାସନଗର ମଣ୍ଡଳ ସଭାପତି ଅଚୁ୍ୟତାନନ୍ଦ ଦାସ ପହଁଚି ନିଜର ସମର୍ଥନ ଜଣାଇ ଧାରଣାରେ ବସିଥିଲେ । ସୂଚନା ଥାଉକି ଖଣି ଅଂଚଳରେ ମାନ୍ୟବର ହାଇକୋର୍ଟଙ୍କ ନିଦେ୍ର୍ଦଶ ମତେ ଫାଷ୍ଟ କମ ଫାଷ୍ଟ ଲୋଡ଼ ବଦଳରେ ପ୍ରଭାବଶାଳୀଙ୍କୁ ସ୍ପେଶାଲ କାଟାଗୋରିରେ ବୋଝେଇ ଦିଆଯାଉଛି । ଯାଜପୁର ରୋଡ଼, କବାଟବନ୍ଧ, ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ ମିଳିତ ଭାବେ ଆନେ୍ଦାଳନ ଡ଼ାକରା ଦେଇଥିଲେ । ଯାହା ଫଳରେ ପ୍ରଶାସନ ପକ୍ଷରୁ ଆଲୋଚନା ବୈଠକ ହୋଇଥିଲା । କଳିଙ୍ଗନଗର ଅତିରିକ୍ତ ଜିଲାପାଳ କାର୍ଯ୍ୟାଳୟରେ ଏଡ଼ିଏମ ନବକୃଷ୍ଣ ଜେନା, ସୁକିନ୍ଦା ତହସିଲଦାର ମାନସରଂଜନ ତ୍୍ରିପାଠୀ, ଅତିରିକ୍ତ ଏସପି ସୁପ୍ରସନ୍ନ ମଲିକ,କାଳିଆପାଣି ଥାନା ଅଧିକାରୀ ଶିବ ଚରଣ ବେହେରାଙ୍କ ସହ କୋମାଇଟ ବୋଝେଇରେ ସ୍ପେଶାଲ କାଟାଗୋରିକୁ ଉଚ୍ଛେଦ କରିବା ଉପରେ ଆଲୋଚନା କରିଥିଲେ । ବୈଠକରେ ଉପସ୍ଥିତ ସୁକିନ୍ଦା ମିନେରାଲ ଟ୍ରକ ମାଲିକ ସଂଘ କାର୍ଯ୍ୟକର୍ତା ଉଠାଯାଇଥିବା ଅଭିଯୋଗ ଉପରେ ଆଲୋଚନା କରିଥିଲେ ହେଁ ସ୍ପେଶାଲ ବୋଝେଇ ଉଚ୍ଛେଦକୁ ମାନି ନଥିଲେ । ଫଳରେ ଆଲୋଚନା ବିଫଳ ହୋଇଥିଲା । ଆଲୋଚନାରେ ବସି ଫାଷ୍ଟ କମ ଫାଷ୍ଟ ଲୋଡ଼ ଦାବି କରିିଥିବା ଟ୍ରକ ମାଲିକ ଟ୍ରକ ଅଟକାଇବେ ବୋଲି ପ୍ରଶାସନକୁ ଜଣାଇ ଦେଇଥିଲେ ।