ଫକୀର ମୋହନ ସେନାପତିଙ୍କ ଜୟନ୍ତୀ
ପାରାଦୀପ : ଉକ୍ରଳ ସମ୍ମିଳନୀ, ପାରାଦୀପ ଆନୁକୁଲ୍ୟରେ ବ୍ୟାସକବି ଫକୀରମୋହନ ସେନାପତୀଙ୍କ ୧୮୨ତମ ଜନ୍ମ ଜୟନ୍ତୀ ପାରାଦୀପର ନୂଆଶଣ୍ଢକୁଦସ୍ଥ ଶାରଳା ବିହାରଠାରେ ଅନୁଷ୍ଠିତ ହୋଇଯାଇଛି । ଉକôକ ସମ୍ମିଳନୀ, ପାରାଦୀପ ଶାଖାର ସଭାପତି ଧ୍ରୁବ ଚରଣ ମହାପାତ୍ରଙ୍କ ପୌରୋହିତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବରିଷ୍ଠ କବୟିତ୍ରୀ ହାରାମଣୀ ମହାପାତ୍ର ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ସମ୍ପାଦକ ସାରଦା ପ୍ରସନ୍ନ ନାୟକ, କୋଷାଧକ୍ଷ ତାପସ କୁମାର ପରିଜା, ନାରୀନେତ୍ରୀ ମନୋରମା ଖଟୁଆ, କବୟିତ୍ରୀ ଉର୍ମିଳା ମହାନ୍ତୀ, ଉପସଭାପତୀ ତୁଳସୀ ବରାଳ ପ୍ରମୁଖ ବ୍ୟାସକବିଙ୍କ ଜୀବନୀ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରେମଲତା ବାରିକ ।