ମାଳୀ ସମାଜ ବିକାଶ ପରିଷଦ ବୈଠକ
ଗୋଲାମୁଣ୍ଡା : କେଗାଁଠାରେ କୋଶଳେଶ୍ୱର ମାଳୀ ସମାଜ ବିକାଶ ପରିଷଦ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟର ୮ ଗୋଟି ଜିଲ୍ଲାର କର୍ମକର୍ତ୍ତା ଉପସ୍ଥିତ ଥିଲେ । ବୈଠକର ମୁଖ୍ୟ ଉଦେ୍ଦଶ୍ୟ କଳାହାଣ୍ଡି ମାଳୀ ସମାଜକୁ ଏକତ୍ରିକରଣ କରିବା । ଏହି ବୈଠକକୁ ଓଡ଼ିଶା କୋଶଳେଶ୍ୱର୍ ମାଳୀ ସମାଜ ବିକାଶ ପରିଷଦର ପୂର୍ବତନ ସମ୍ପାଦକ ଲାଲମୋହନ ପୁଟେଲ ସଭାପତିତ୍ୱ କରିଥିଲେ । ରାଜ୍ୟ ସଭାପତି ବାସୁଦେବ ମାର୍ଥା, ଉପ ସଭାପତି ଦାରାସିଂ ପୁଟେଲ, କାର୍ଯ୍ୟକାରୀ ସଭାପତି ଗୌରଚନ୍ଦ୍ର ପୁଟେଲ, ରାଜ୍ୟ ନିଦେ୍ର୍ଦଶକ କାର୍ତ୍ତିକ ପୁଟେଲ ଓ ଭୀଷ୍ମ ଦେବ ପୁଟେଲ, କେନ୍ଦ୍ରାଞ୍ଚଳ ସଭାପତି ସଦାଶିବ ପୁଟେଲ ତଥା ସମନ୍ୱୟ କମିଟି ପ୍ରମୁଖ ମଞ୍ଚାସୀନ ଥିଲେ । ପୂର୍ବରୁ କଳାହାଣ୍ଡି ଜିଲ୍ଲାରେ ଦୁଇ କୋଶଳେଶ୍ୱର ମାଳୀ ସମାଜ ଥିବାବେଳେ ଆଜିର ବୈଠକରେ ଦୁଇ ସମାଜ ଏକ ହୋଇଥିଲେ । ଆଜିର ବୈଠକରେ ତପିମଣୀ ପୁଟେଲ ଓ ତୁଳାରାମ ପୁଟେଲ ମଞ୍ଚ ପରିଚାଳନା କରିଥିଲେ । ଉକ୍ତ ବୈଠକକୁ ମନବୋଧ ପୁଟେଲ, ସଦାନନ୍ଦ ପୁଟେଲ, ରଜତ ପୁଟେଲ, ବେଣୁଧର ପୁଟେଲ, ନବ ପୁଟେଲ, ଛନ୍ଦା ଚରଣ ପୁଟେଲଙ୍କ ସମେତ ସମାଜର ସମସ୍ତ ସଦସ୍ୟ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ ।