ଗୋଷ୍ଠୀସାଧନ କର୍ମୀଙ୍କୁ ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ମାନ୍ୟତା ଦାବି
ଆସିକା: ଓଡିଶାରେ କାର୍ଯ୍ୟରତ ଗୋଷ୍ଠୀ ସାଧନ କର୍ମୀଙ୍କୁ ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ମାନ୍ୟତା ପ୍ରଦାନରେ ସରକାରଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ଓଡିଶା ଅଧିନରେ ଥିବା ସମସ୍ତ ସ୍କୁଲରେ ଅଧ୍ୟୟନରତ ଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଶିକ୍ଷା ନିମନ୍ତେ ଗୋଷ୍ଠୀ ସାଧନ କର୍ମୀ ଚୁକ୍ତି ଭିତିକ ଅସ୍ଥାୟୀ ଭାବରେ ୧୮ ବର୍ଷ ଧରି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟକରି ଆସୁଛନ୍ତି । ଓଡିଶାରେ ମୋଟ ୫୭୨ ଜଣ ଗୋଷ୍ଠୀ ସାଧନ କର୍ମୀ ରହିଛନ୍ତି ।
କୋର୍ଟ ଏହାର ଶୁଣାଣି କରି ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଶିକ୍ଷା ନିମନ୍ତେ ସ୍କୁଲରେ ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ପଦବୀକୁ ମଞ୍ଜୁରୀ ପ୍ରଦାନକରି ନୂତନ ନିଯୁକ୍ତି ପକ୍ରୀୟା ତ୍ୱରାନ୍ୱିତ କରିବା ସହ ପୂର୍ବରୁ କାର୍ଯ୍ୟରତ ଥିବା ସ୍ୱତନ୍ତ୍ର ତାଲିମ୍ ପ୍ରାପ୍ତ ଚୁକ୍ତି ଭିତ୍ତିକ ଓ ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବା ନିମନ୍ତେ ସମସ୍ତ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ କରିଥିଲେ । କିନ୍ତୁ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି କୋର୍ଟଙ୍କୁ ଅଣଦେଖା କରିଥିଲେ । ପୁନର୍ବାର ୭.୩.୨୦୨୫ ତାରିଖ ଆଦେଶରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ ଯେ, ପ୍ରତି ରାଜ୍ୟ ସେମାନଙ୍କର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁଯାୟୀ ଆନୂପତିକ ପଦବୀ ସଂଖ୍ୟାକୁ ମଞ୍ଜୁରୀ ପ୍ରଦାନ କରି ପ୍ରମୁଖ ୨ଟି ଖବର କାଗଜରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିବେ ଓ କାର୍ଯ୍ୟରତ ଥିବା ଚୁକ୍ତି ଭିତ୍ତିକ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ନିମନ୍ତେ ତିନି ଜଣିଆ ସ୍କ୍ରୀନିଙ୍ଗ କମିଟି ଗଠନ କରି ସେମାନଙ୍କୁ ନିୟମିତ କରାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ । ମାତ୍ର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ସରକାର ଅବମାନନା କରି ଚାଲିଛନ୍ତି । ପୁନର୍ବାର ୧୫.୭.୨୦୨୫ ତାରିଖ ଆଦେଶ ଅନୁଯାୟୀ ପରବର୍ତ୍ତୀ ଶୁଣାଣି ପୂର୍ବରୁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶର ଅନୂପାଳନର ସତ୍ୟପାଠ କୋର୍ଟରେ ଦାଖଲ କରିବାକୁ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଯଦି ରାଜ୍ୟ ସରକାର କୋର୍ଟଙ୍କ ଆଦେଶ ଅନୁପାଳନ କରିବାର ସତ୍ୟପାଠ ଦାଖଲ ନ କରିବେ ତେବେ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ଶିକ୍ଷା ସଚିବ ପରବର୍ତ୍ତୀ ଶୁଣାଣି ତାରିଖ ୨୯.୦୮.୨୦୨୫ ତାରିଖ କୋର୍ଟରେ ପ୍ରତ୍ୟେକ୍ଷ ଭାବରେ ଉପସ୍ଥିତ ରହି କାହିଁକି ସେମାନଙ୍କ ବିରୁଦ୍ଧରେ କୋର୍ଟର ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେ ସମ୍ବନ୍ଧରେ ନିଜର ପକ୍ଷ ରଖିବା ପାଇଁ ମଧ୍ୟ ନିଦେ୍ର୍ଦଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠନ ସରକାରଙ୍କ ତରଫରୁ ଗ୍ରହଣ କରାଯାଇ ନାହିଁ । ରାଜ୍ୟ ସରକାରଙ୍କ କର୍ମଚାରୀ ମାରଣ ନୀତି ଓ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାରୁ ବଞ୍ଚôତ କରୁଥିବାର କୁଚକ୍ରାନ୍ତ ପଦାରେ ପଡିଛି । ବିଭିନ୍ନ ଶିକ୍ଷାବିତ୍ ସରକାରଙ୍କ ଏ ଭଳି ଟାଳଟୁଳ ନୀତିକୁ ନିନ୍ଦା କରିବା ସହ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଓ କାର୍ଯ୍ୟରତ ଥିବା ସାଧନ କର୍ମୀଙ୍କୁ ନିୟମିତ କରାଇ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଇବା ଦିଗରେ ସରକାର ଏକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଯଥାଶୀଘ୍ର ଗ୍ରହଣ କରନ୍ତୁ ବୋଲି ସୁଶାନ୍ତ ଡାକୁଆ, ସୀତାକାନ୍ତ ପଣ୍ଡା, ରାଜ୍ୟ ଉପସଭାପତି ଅକ୍ଷୟ ପ୍ରଧାନ, ରାଜ୍ୟ ସହକୋଷାଧ୍ୟକ୍ଷ ହେମନ୍ତ ନନ୍ଦ, ଗଞ୍ଜାମ ଜିଲ୍ଲା ସଭାପତି, ସୁଶାନ୍ତ କୁମାର ପ୍ରଧାନ, ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ମନ୍ଦାକିନୀ ରଥ ପ୍ରମୁଖ ଦାବି କରିଛନ୍ତି ।