ନାଲିକଲି ବେଶରେ ଦର୍ଶନ ଦେଲେ ମା’ ମଙ୍ଗଳା
ାା ପ୍ରଭାନୁ୍ୟଜ୍ ।ା କାକଟପୁର: କାକଟପୁର ବାସିନୀ ମା’ ମଙ୍ଗଳାଙ୍କ ମନ୍ଦିରରେ ଶାରଦୀୟ ପାର୍ବଣ ପୂଜା ଭକ୍ତି ଓ ନିଷ୍ଠାର ସହ ଅନୁଷ୍ଠିତ ହେଉଛି । ମା’ ମଙ୍ଗଳା ରାଜ୍ୟ ର ଅଷ୍ଟଚଣ୍ଡି ଙ୍କ ମଧ୍ୟରେ ଗଣା ଯାଉଥିବାରୁ ପ୍ରତିଦିନ ମନ୍ଦିର ରେ ମାତୃଭକ୍ତ ଙ୍କ ସମାଗମ ହେଉଛି । ଆଶ୍ୱିନ କୃଷ୍ଣ ଅଷ୍ଟମୀ ତିଥି ରେ ମା ଙ୍କ ସହସ୍ରାକୁମ୍ଭାଭିଷେକ ନୀତି ଅନୁଷ୍ଠିତ ହେବା ସହିତ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା ବା ଷୋଳ ପୂଜା । ମନ୍ଦିର ମୁଖଶାଳା ଠାରେ ପୁରୋହିତ ସୁରେଶ ଚନ୍ଦ୍ର ତ୍ରିପାଠୀ ଙ୍କ ଦ୍ୱାରା ପ୍ରତିଦିନ ସପ୍ତସତୀ ଚଣ୍ଡୀ ପାଠ କରାଯାଉଥିବାବେଳେ ପାରମ୍ପରିକ ପ୍ରଥା ଅନୁସାରେ ପାର୍ବଣ ରୋଷାଇ ରେ ଆମିଷ ଭୋଗ ପ୍ରସ୍ତୁତ କରାଯାଉଛି । ଏଥି ମଧ୍ୟରେ ମନ୍ଦିରରେ ମା’ ଙ୍କ ନବ ଦିନାତ୍ମକ ପୂଜା ଆରମ୍ଭ ହୋଇଛି । ଆଜି ମା’ଙ୍କ ନିକଟରେ ପାଦପଦ୍ମ ଲାଗି ହେବା ସହିତ ମା’ଙ୍କୁ ନାଲିକଲୀ ବେଶରେ ସଜ୍ଜିତ କରା ଯାଇଛି । ମହାନବମୀ ପର୍ଯ୍ୟନ୍ତ ପ୍ରତିଦିନ ସଂଧ୍ୟା ରେ ମା’ଙ୍କୁ ବିଭିନ୍ନ ବେଶ ରେ ସଜ୍ଜିତ କରାଯିବ ବୋଲି କହିଛନ୍ତି ସେବାୟତ ନିଯୋଗ ଉପସଭାପତି ତଥା ସେବାୟତ କମଳ ଲୋଚନ ଦୀକ୍ଷିତ । ଶୁକ୍ରବାର ଦିନ ତମାମ ମା'ଙ୍କର ନାଲି କଲି ବେଶ ,୬ ତାରିଖ ରେ କଳାକଲି ବେଶ ଓ ରନôଗିରି ବିଜେ, ୭ ତାରିଖରେ ମା ଙ୍କ ଭୁଜଲାଗି ଓ ତୀର କମାଣ ବା ରଘୁନାଥ ବେଶ, ୮ ତାରିଖରେ କାତି ଖର୍ପର ବା କାତ୍ୟାୟିନୀ ବେଶ, ୯ ତାରିଖ ରେ ପ୍ରସିଦ୍ଧ ସିଂହ ବାହିନୀ ବେଶ, ୧୦ ତାରିଖରେ ମହିଷାମର୍ଦ୍ଦିନୀ ବେଶ, ସନ୍ଧି ପୂଜା ଓ କୁସ୍ମାଣ୍ଡ ବଳି,୧୧ ତାରିଖରେ ସହସ୍ରା କୁମ୍ଭାଭିଷେକ,ଷୋଡଶ ଉପଚାର ପୂଜା ଓ ଶାନ୍ତିବେଶ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ୧୨ ତାରିଖରେ ପୀଠେ ଦଶହରା ଓ ସ୍ୱମେଶ୍ୱର ମନ୍ଦିରରେ ହରଦୁର୍ଗା ଭେଟ ହୋଇ ଶାରଦୀୟ ପାର୍ବଣ ପୂଜାର ପରିସମାପ୍ତି ଘଟିବ ବୋଲି ମା’ଙ୍କ ପୂଜକ ତଥା ସେବାୟତ ନିଯୋଗ ଉପଦେଷ୍ଟା କମିଟି ସଦସ୍ୟ ତୁଷାର ରଞ୍ଜନ ଦୀକ୍ଷିତ ସୂଚନା ଦେଇଛନ୍ତି ।