ସିଦ୍ଧବାରଙ୍ଗ ଡିଗ୍ରୀ କଲେଜରେ ଆଲୋଚନାଚକ୍ର
ଜଗତସିଂହପୁର: ଜଗତସିଂହପୁର ବ୍ଲକ ପୁନଙ୍ଗସ୍ଥିତ ସିଦ୍ଧ ବାରଙ୍ଗ ଡିଗ୍ରୀ କଲେଜ ଇତିହାସ ବିଭାଗ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଷୟବସ୍ତୁ ହେଲା "ଜଗନ୍ନାଥ ସଂସ୍କୃତିର ଉତ୍ପତଲ’ । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ +୩ ବିଭାଗର ଅଧ୍ୟକ୍ଷା କ୍ରିଷ୍ଣା ମଞ୍ଜରୀ ଦେଇ ଅଧ୍ୟକ୍ଷତା କରିଥିବାବେଳେ, ମୁଖ୍ୟଅତିଥି ଭାବେ ବାଇଶି ମୌଜା ଡିଗ୍ରୀ କଲେଜରେ ଇତିହାସ ବିଭାଗର ମୁଖ୍ୟ ମନୋଜ ସାମଲ ଯୋଗଦେଇ ଜଗନ୍ନାଥ ସଂସ୍କୃତିର ଉତ୍ପତି ଓ ଏହାର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଇତିହାସ ବିଭାଗ ମୁଖ୍ୟ ଭିକାରି ଚରଣ ବେହେରା ପିଲାଙ୍କୁ ଜଗନ୍ନାଥ ସଂସ୍କୃତିର ବିଭିନ୍ନ ପର୍ବପର୍ବାଣୀ ଉପରେ ଆଲୋକପାତ କରାଇଥିଲେ । ଅଧ୍ୟାପକ ଦେବଦତ୍ତ ବେହେରା ଯୋଗଦେଇ ତାଙ୍କ ବକ୍ତବ୍ୟରେ ଜଗନ୍ନାଥଙ୍କ ବିଭିନ୍ନ ଲୀଳାମୃତ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଆଶିଷ ମହାପାତ୍ର ତାଙ୍କର ବକ୍ତବ୍ୟ ରଖିଥିଲେ । ପିଲାଙ୍କ ମଧ୍ୟରେ ରାହୁଲ ବେହେରା, ପ୍ରିୟଦର୍ଶିନୀ ରାଉତ, ପ୍ରଜକ୍ତା ସାହୁ, ଲିଜା ପଣ୍ଡା, ବିଶ୍ୱଜିତ ଜେନା, ଜିତେନ୍ଦ୍ର ମଲ୍ଲିକ, ଲକ୍ଷ୍ମୀପ୍ରିୟା ପତି ପ୍ରମୁଖ ସେମାନଙ୍କର ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ପ୍ରସ୍ତୁତି କରିବାସହିତ ବକ୍ତବ୍ୟ ରଖିଥିଲେ କ୍ଷ ଶେଷରେ ଅଧ୍ୟାପକ ଅମୀୟ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।