ଦର୍ପଦଳନ ରଥ


 ଦେବୀ ସୁଭଦ୍ରାଙ୍କ ରଥ ହେଉଛି ଦର୍ପଦଳନ ବା ଦେବଦଳନ । ଦେବୀ ଦୁର୍ଗା ହେଉଛନ୍ତି ଗର୍ବ ଓ ଅହଂକାର ବିନାଶକାରୀ । ମା’ଙ୍କୁ ଉପାସନା କଲେ ଦୁଷ୍ଟ ଶକ୍ତିର ବିନାଶ ହୋଇଥାଏ । ଦେବୀ ସୁଭଦ୍ରା ହେଉଛନ୍ତି ଶକ୍ତିରୂପିଣୀ ଦେବୀ ଭୁବନେଶ୍ୱରୀ । ଯାହାଙ୍କୁ ଆଧାର କରି ଅଣସର ସମୟରେ ମଝିବାଡରେ ଦେବୀ ଭୁବନେଶ୍ୱରୀଙ୍କ ପଟ୍ଟି ପୂଜା ହୋଇଥାଏ । ଏଣୁ ରଥର ନାମ ଦର୍ପଦଳନ । ଦ୍ୱିତୀୟ ଅର୍ଥଟି ରାମାୟଣ ଯୁଗ ସହ ସମ୍ପର୍କିତ । ଦେବତାମାନଙ୍କୁ ପରାସ୍ତ କରିବା ଲାଗି ରାବଣଙ୍କ ପୁତ୍ର ମେଘନାଦ ଦେବୀ ଦୁର୍ଗାଙ୍କୁ ନିକୁମ୍ଭିଲା ଗଡରେ ଉପାସନା କରିଥିଲେ । ମା’ ତାଙ୍କୁ ଯୁଦ୍ଧରେ ବିଜୟୀ ହେବା ପାଇଁ ନିଜ ରଥ ପ୍ରଦାନ କରିଥିଲେ । ଦେବୀଙ୍କ ଦୟାରୁ ମେଘନାଦ ଇନ୍ଦ୍ରଙ୍କ ଉପରେ ବିଜୟ ଲାଭ କରି ଇନ୍ଦ୍ରଜିତ ହୋଇଥିଲେ । ଦେବୀ ଦୁର୍ଗାଙ୍କ ରଥରେ ମେଘନାଦ ଦେବାତାଙ୍କୁ ପରାସ୍ତ କରିଥିବା ବା ଦଳନ କରିଥିବାରୁ ଏହାର ନାମ ଦେବଦଳନ ହୋଇଥିବା କେତେକ ପୁରାଣକାର କୁହନ୍ତି । ଦର୍ପଦଳନ ରଥର ଅନ୍ୟ ନାମ ହେଉଛି ଦେବଦଳନ  ଏବଂ ପଦ୍ମଧ୍ୱଜ, ରଥର ଉଚ୍ଚତା:- ୪୪ ଫୁଟ୍ ୬ ଇଞ୍ଚ, ରଥାଧିପ : ଜୟଦୁର୍ଗା, ରଥରେ ବ୍ୟବହୃତ କାଠ ସଂଖ୍ୟା : ୭୧୧ ଖଣ୍ଡ, ଚକ ସଂଖ୍ୟା : ୧୨, ରଥ ଧ୍ୱଜାରେ : ତ୍ରିପୁରା ସୁନ୍ଦରୀ, ରଥର ଆୟୁଧ : ପଦ୍ମ କହ୍ଲାର, ରଥ ପୀଠର ନାମ : କାମ୍ପଲ୍ୟ, ରଥର ଆବରଣ : କୃଷ୍ଣ ଓ ଲୋହିତ ବର୍ଣ୍ଣ, 
ସାରଥିର ନାମ :- ଅର୍ଜୁନ(ମତାନ୍ତରେ ଦେବଦତ୍ତ, ସାତ୍ତ୍ୱକୀ)ରଥ ଅଶ୍ୱର ବର୍ଣ୍ଣ : ରକ୍ତବର୍ଣ୍ଣ (ନାଲି), ରଥରେ ଥିବା ଅଶ୍ୱ ମାନଙ୍କର ନାମ : ରୋଚିକା , ମୋଚିକା, ଜିତା ଓ ଅପରାଜିତା ଓ ଅନ୍ୟ କେତେକଙ୍କ ମତରେ ପ୍ରଜ୍ଞା, ଅନୁଜ୍ଞା ଘୋରା ଓ ଅଘୋରା । ରଥ ଋଷି : ଯାଜ୍ଞବଳ୍କ୍ୟ, ରଥ ମୁଖ ବା ମୂର୍ଦ୍ଧାରେ : ବ୍ରହ୍ମବର୍ତ୍ତା, ରଥାଧିଶ୍ୱରୀ : ଜୟଦୁର୍ଗା, ରଥ ରକ୍ଷୟତ୍ରୀ : ଉଗ୍ରଚଣ୍ଡୀ, ରଥ ଅଧୀଶ୍ୱର ଦେବତା - ଶ୍ରୀସୁଭଦ୍ରା ଓ ଶ୍ରୀସୁଦର୍ଶନ, ରଥ ଦେବୀ : ଶ୍ରୀ ଓ ଭୂ, ରଥ ଯକ୍ଷ : କିଂଜ୍ୱଳିକା, ରଥ ଗର୍ଭାଧୀଶ୍ୱରୀ ଶକ୍ତି: ଶକ୍ତିସପ୍ତା, ଜୟା, ବିଜୟା, ଘୋରା, ଅଘୋରା, ସୁକ୍ଷ୍ମା ଓ ଜ୍ଞାନା ।
ରଥର ଋଷି ପଟାରେ: ଭୃଗୁ, ସୁପ୍ରଭ, ବଜ୍ର, ଶୃଙ୍ଗୀ, ଧ୍ରୁବ, ଉଲ୍ଲୁକ ଓ ପ୍ରବର୍ତ୍ତକ ଋଷି ମଣ୍ଡଳ, ରଥ କୁମ୍ଭ : ଅମୃତ, ଜୀବା, କାୟା, ରଥ ଦ୍ୱାରପାଳ : ଗଙ୍ଗା ଓ ଯମୁନା ।ଚାରଣଙ୍କର ନାମ : ମହାକ୍ରୁର, ରଥର ଯୁଗଳ ଶୁକର ନାମ:- ସୁପର୍ଣ୍ଣ ଓ ଦ୍ୱାସୁପର୍ଣ୍ଣ, ରଥ ରନô : ମାଣିକ୍ୟ, ରଥ ଚକ୍ରର ନାମ : ଦିପ୍ତ, ଚକ୍ର ଉପରିସ୍ଥ ନେତର ନାମ : ନାଦାମ୍ବିକା, ରଥକାର : କାଳନେମୀ, କଳସ ଉପରେ ଥିବା ଶୂନ୍ୟ ଚକ୍ର :- ଦୀପ୍ତ (ସୁଦର୍ଶନ), ରଥ ଶିରରେ : ଭକ୍ତି ସମେଦ, ରଥ ଶକ୍ତି : ଚନ୍ଦ୍ର ଘଣ୍ଟା, ଦଧିନଉତି ଉପରିସ୍ଥ କଳସତ୍ରୟର ନାମ: ପରା, ଅପରା ଓ ବୈଖାରୀ, ରଥରେ ବ୍ୟବହୃତ ଚନ୍ଦ୍ରତାପର ନାମ : ବୀର ଘଣ୍ଟା, ରଥ ଦଉଡିର ନାମ : ସ୍ୱର୍ଣ୍ଣଚୂଡ ନାମକ ନାଗ, ରଥ ଚାମର ସେବା : ସୁମେଧା ଦେବୀ, ରଥପାଳ : ହରିହର, ରଥର ପାର୍ଶ୍ୱ ଦେବା ଦେବୀ : ବିମଳା, ବନଦୁର୍ଗା, ବାରାହି, ଚାମୁଣ୍ଡା, ଭୁବନେଶ୍ୱରୀ, ହରଚଣ୍ଡୀ, ଜୟଦୁର୍ଗା, ସର୍ବମଙ୍ଗଳା, ଉଗ୍ରତାରା ।
ଡ. ଅମୂଲ୍ୟ କୁମାର ପଣ୍ଡା 
ଅରଙ୍ଗାବାଦ, ବରୀ, ଯାଜପୁର
ମୋବାଇଲ - ୮୨୪୯୫୦୨୭୭୬