ଶ୍ରୀଜଗନ୍ନାଥଙ୍କ ଅନନ୍ୟ ସେବାନୀତି
ହରେକୃଷ୍ଣ ପତି : ଜଗନ୍ନାଥÿଙ୍କର ସେବା ନୀତିରେ ୨୫୦ ପ୍ରକାରର ନୀତି ନିର୍ଘଣ୍ଟ ଥିବା ବେଳେ ହଜାର ହଜାର ସେବକ ତାହାକୁ ସମ୍ପନ୍ନ କରିବା ପାଇଁ ନିୟୋଜିତ ହୋଇଥାନ୍ତି । ଏହି ପୁରୁଷୋତ୍ତମ କ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ପୁରୀର ଗଜପତିଙ୍କୁ କୁହା ଯାଇଥାଏ । ଗଜପତି ପୁରୁଷୋତ୍ତମ ଦେବଙ୍କ ସମ୍ମାନ ପାଇଁ ନିଜେ ଜଗନ୍ନାଥ ବଳଭଦ୍ର କଳା ଧଳା ଘୋଡାରେ ଚଢି କାଞ୍ଚô ଅଭିଯାନ କରି ମାଣିକ ଗଉଡୁଣୀକୁ ଉଦ୍ଧାର କରିବା ସଂଗେ ସଂଗେ କାଞ୍ଚô ରାଜାଙ୍କୁ ପରାସ୍ତ କରି ପଦ୍ମାବତୀଙ୍କୁ ଅର୍ପଣ କରିଥିଲେ ।
ପ୍ରାଚୀନ ରନ୍ଧନ ପ୍ରଣାଳୀ ମୁତାବକ ଏକ ସ୍ୱତନ୍ତ୍ର ଚୂଲାରେ ଉପରକୁ ଉପର ମାଟିପାତ୍ର ରଖାଯାଇ ଅବଢା ଅନ୍ନ ବା ମହାପ୍ରସାଦ ପ୍ରସ୍ତୁତ କରିବାର ବିଧି ଚାଲି ଆସୁଅଛି । ସ୍ୱୟଂ ମା’ କମଳା, ବିଷ୍ଣୁ ପାଟରାଣୀ ଏହି ମହାପ୍ରସାଦ ପ୍ରସ୍ତୁତ କରୁଥିବାର ବିଶ୍ୱସ ଅଦ୍ୟାବଧି ଭକ୍ତମାନଙ୍କର ରହିଛି । ଜଗନ୍ନାଥଙ୍କର ବଡ଼ଦାଣ୍ଡରେ ଚାଲୁଥିବା ନନ୍ଦିଘୋଷ ଯାତ୍ରାର କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଜାଣିବା ନିତାନ୍ତ ଆବଶ୍ୟକ । ଶ୍ରୀକ୍ଷେତ୍ର ପୁରୀରେ ଆନନ୍ଦ ଉଲ୍ଲାସର ଉସôବ ପାଳନର ବିଶେଷତ୍ୱ ସହ ପରିଚିତ ହୋଇ ପ୍ରଭୁଙ୍କ ଅପାର କରୁଣାରୁ କାଣିଚାଏ ଲାଭ କରିବା ବଡ଼ଦାଣ୍ଡରେ ସମସ୍ତେ ଏକାକାର ହୋଇଯିବା । ଏହି ସାର୍ବଜନୀନ ପର୍ବରେ ତିନିଠାକୁରଙ୍କୁ ସିଂହାସନରୁ ପହଣ୍ଡି କରି ରଥ ଉପରକୁ ଅଣାଯାଏ । ଭକ୍ତମାନଙ୍କ ଭଜନ, କୀର୍ତ୍ତନ, ଢୋଲ ଟମକ, ଘଣ୍ଟ, ମର୍ଦ୍ଦଳ, ମହୁରୀ, ହରିବୋଲ ଓ ହୁଳହୁଳି ସ୍ୱନରେ ବଡଦାଣ୍ଡ ପୂରି ଉଡୁଥିବା ବେଳେ ଭଜନ ଭାସିଉଠେ-ଝୁଲି ଝୁଲି ଆସେ ମୋ କାଳିଆ ଗୁଣଣ୍ଠୁଣୀ ହାତୀ. . . । ଯଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନ୍ୱନ୍ତି ଦେବୈ ସ୍ତବୈ, ର୍ବେଦୈ ସାଙ୍ଗ ପଦକ୍ରମୋ÷ ସ୍ପନିଷଦୈ ଗାୟନ୍ତି ଯଂ ସାମଗା । ଧ୍ୱାନାବସ୍ଥିତ ତଦ୍ଗତେନ ମନସା ପଶ୍ୟନ୍ତି ଯଂ ଯୋଗୀନଃ । ଯସ୍ୟାନ୍ତ ନବିଦୁ ସୁରାସୁରଗଣାଃ ର୍ଦେବାୟ ତସ୍ମୈ ନମଃ ।
ଜଗନ୍ନାଥଙ୍କର ଏହି ଅପୂର୍ବ ଲୀଳାକୁ ଉପଭୋଗ କରିବା ପାଇଁ ଆଜି ବ୍ରହ୍ମା, ବରୁଣ, ଇନ୍ଦ୍ର ନୈରୁତ, ବାୟୁ, ଯକ୍ଷ, ଗନ୍ଧର୍ବ, ମୁନି, ଋଷି, କିନ୍ନର ସମସ୍ତେ ପ୍ରଭୁଙ୍କର ଏହି ରଥାରୂଢ ଦୃଶ୍ୟ ଦେଖିବା ପାଇଁ ଚାତକ ପରି ଅନାଇ ରହିଥାନ୍ତି । ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇ ସୋଲ ଓ ଫୁଲରେ ନିର୍ମିତ ବିରାଟକାୟ ଟାହିଆରେ ସୁଶୋଭିତ କରି ଦୋଳାୟମାନ ଅବସ୍ଥାରେ ରଥ ନିକଟକୁ ଅଣା ଯାଇଥାଏ । ସେହିପରି ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କୁ ମଧ୍ୟ ପହଣ୍ଡି କରି ରଥକୁ ଅଣା ଯାଇଥାଏ । ପ୍ରଭୁଙ୍କୁ ପହଣ୍ଡି କଲାବେଳେ ଦଇତାପତି, ସେବାୟତ, ଘଣ୍ଟ ମର୍ଦ୍ଦଳ ସେବକ, ଟମକ, ମୃଦଙ୍ଗ ବାଦକମାନଙ୍କ ଗହଣରେ ମଙ୍ଗଳ ବାଦ୍ୟ ଓ ନାଦ ମଧ୍ୟରେ ଝୁଲାଇ ଝୁଲାଇ ରଥାରୂଢ କରା ଯାଇଥାଏ । ପ୍ରଥମେ ତାଳଧ୍ୱଜ ରଥରେ ମହାପ୍ରଭୁ ବଳଦେବଙ୍କୁ ବିରାଜମାନ କରାଇବା ପରେ ମାତା ସୁଭଦ୍ରାଙ୍କୁ ରଥକୁ ଅଣା ଯାଇଥାଏ । ଭକ୍ତ ସାଲବେଗଙ୍କର ଭକ୍ତିଗାଥାରେ ଲେଖା ଅଛି, ଆଗେ ଚାଲେ ବଳଭଦ୍ର, ମଧ୍ୟେ ଚାନ୍ଦମୁହିଁ ରେ, ଆସୁଛି କାଳିଆ ପଛେ ଗହଳ ଲଗାଇରେ . . . । ତାହା ପରେ ଚକ୍ରରାଜ ସୁଦର୍ଶନ ଏବଂ କାଳିଆ ସାଆନ୍ତଙ୍କୁ ପହଣ୍ଡି କରାଇ ରଥକୁ ଅଣା ଯାଇଥାଏ । ଏହି ଦୃଶ୍ୟ ଦେଖିଲେ ବଡଦାଣ୍ଡର ପରିସର ମର୍ତ୍ତ୍ୟ ବୈକୁଣ୍ଡ ସଦୃଶ ମନେହୁଏ । ନନ୍ଦିଘୋଷ ରଥରେ ପ୍ରଭୁ ଜଗତମୟ କରୁଣା ନିଧାନ ଭଗବାନ, ଭକ୍ତର ପ୍ରାଣ ବିଜେ କଲା ବେଳେ ମୁନି ଯୋଗୀ, ଭୋଗୀ ସଭିଁଙ୍କର ଲୟ ସେହି ଠାରେ ଅଟକି ଯାଇଥାଏ । ତିନି ରଥଙ୍କର ଛେରାପହଁରା କରିଥାନ୍ତି ଚଳନ୍ତି ବିଷ୍ଣୁ ପ୍ରତିମା ସ୍ୱରୂପ ପୁରୀର ବର୍ତ୍ତମାନର ଗଜପତି ଦିବ୍ୟସିଂହ ଦେବ । ଶ୍ରୀରାମ ପୁରୁଷୋତ୍ତମ ନରହରି ନାରାୟଣ ଦକ୍ଷ ଯେ, ଶ୍ରୀନାଥ କରୁଣାନିଧେ ଜଗତପତେ ଯୋଗେଶ୍ୱରୋ ମାଧବଃ । କଂସାରି ଦନୁଯାନ୍ତକ ହରିଃ ଜ୍ଗତପ୍ରାଣାଧିପ କେଶବଃ, ଗୋପିନାଥ ଗଜେନ୍ଦ୍ର ମୋକ୍ଷଣ ହରେ କୁର୍ବନ୍ତୁ ତେ ମଙ୍ଗଳମ୍୍ । ହେ ପୁରୁଷୋତ୍ତମ କଳିର ପ୍ରତ୍ୟକ୍ଷ ଠାକୁର, ଭକ୍ତମାନଙ୍କର ଦୁଃଖ ଦୂର କରିବା ପାଇଁ ତୋର ଏ ଲୀଳା ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତଙ୍କର ଭିଡ଼ ବଡ଼ଦାଣ୍ଡରେ ବଢି ଚାଲିଛି । ତାହାକୁ ଦେଖି ମୁଁ ଅଭିପ୍ରୀତ ହୋଇପଡିଛି । ପ୍ରଭୁ କରୁଣା ନିଧାନ , ପତିତମାନଙ୍କ ଉଦ୍ଧାରଣ ପାଇଁ ତୋର ବାନା ପତିତପାବନ ବୋଲି ଜଗତରେ ଖ୍ୟାତ ।
ବାଲିସାହିର ବଳରାମ ଦାସ, ପଣ୍ଡାମାନଙ୍କ ଅତ୍ୟାଚାରରେ ପୀଡିତ ହୋଇ ମହୋଦଧି କୂଳରେ ପ୍ରାଣ ବିସର୍ଜନ କରିବାକୁ ଯାଇଥିବା ବେଳେ ଭାବବିହ୍ୱଳ ହୋଇ ବାଲୁକାରେ ନନ୍ଦିଘୋଷ ରଥଟିଏ ନିର୍ମାଣ କରି ତହିଁରେ ଭଗବାନଙ୍କୁ ବିରାଜମାନ ହେବାକୁ ନିବେଦନ କରିଥିଲେ । ସତକୁ ସତ କର୍ପୂର ଚନ୍ଦନ ବାସ୍ନାରେ ମହକି ଉଠିଥିଲା ସେ ସ୍ଥାନ । ଏଣେ ଗଜପତିଙ୍କୁ ସ୍ୱପ୍ନାଦେଶ ହୁଏ, ମୋ ଭକ୍ତ ବଳରାମକୁ ଅତ୍ୟାଚାର କରିଥିବା ପଣ୍ଡାମାନେ ତାଙ୍କ ନିକଟରେ କ୍ଷମାପ୍ରାର୍ଥନା କରି ତାଙ୍କୁ ସସମ୍ମାନେ ବଡ଼ଦେଉଳକୁ ଅଣାଯାଉ । ନହେଲେ ରଥ ଆଉ ଆଗକୁ ଗଡିବ ନାହିଁ । ଠିକ୍ ସେହିପରି ଦାସିଆ ବାଉରୀ ଭକ୍ତି ସହକାରେ ଦେଇଥିବା ନଡ଼ିଆକୁ ହାତ ଗୋଡ଼ ନଥିବା କାଳିଆ ପଣ୍ଡାଙ୍କ ହସ୍ତରୁ ଭୁଜ ବଢାଇ ଗ୍ରହଣ କରିଥିଲେ । ଆଉ ଜଣେ ସେହିପରି ଶ୍ରୀଜଗନ୍ନାଥ ଭକ୍ତ ୭୫୦ କୋଶ ଦୂରରୁ ରଥଯାତ୍ରା ଦେଖିବାକୁ ଆସୁଥିବା ବେଳେ ସମୟ ବିଳମ୍ବ ହୋଇଯିବାରୁ ସେ ବିକଳ ହୋଇ ଗାଇ ଉଠିଥିଲେ-ଜଗବନ୍ଧୁ ହେ ଗୋସାଇଁ, ତୁମ୍ଭ ଶ୍ରୀଚରଣ ବିନୁ ଆନ ଗତି ନାହିଁ. . . ସାତଶ’ ପଚାଶ କୋଶ ଚାଲି ନପାରଇ, ମୋହ ଯିବା ଯାଏଁ ନନ୍ଦିଘୋଷେ ଥିବ ରହି . . . । ସେହି ଭକ୍ତ ସାଲବେଗ ଜାତିରେ ଜବନ ହୋଇଥିଲେ ମଧ୍ୟ ତାଙ୍କର ଅନନ୍ୟ ଭକ୍ତିକୁ ସମ୍ମାନ ଦେଇ ସ୍ୱୟଂ ପ୍ରଭୁ ଜଗନ୍ନାଥ ନିଜ ରଥକୁ ବଡଦାଣ୍ଡରେ ତାଙ୍କ ଆସିବା ପର୍ଯ୍ୟନ୍ତ ଅଟକାଇ ରଖିଥିଲେ । ଏଥିରୁ ଏକ ସିଦ୍ଧାନ୍ତ ସ୍ପଷ୍ଟ ବାରିହୁଏ, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ମଣିଷ ଏକ ଓ ଅଭିନ୍ନ । ଜଗନ୍ନାଥ ସମସ୍ତଙ୍କର, ସମସ୍ତେ ଜଗନ୍ନାଥଙ୍କର । ‘ନନ୍ଦନନ୍ଦନ କନ୍ଦମନ୍ଦରଧରୋ÷ ବୃନ୍ଦାରକ ବନ୍ଦ୍ୟତାଂ, ବ୍ୟନ୍ଦାରିମନ୍ଦକୁନ୍ଦ ସୁନ୍ଦରବରୋ÷ ଶ୍ରୀନାଥ ଗୋ÷ରୀକ୍ଷକେ । ଗୋପିନାଥ ଯୋଗିନ୍ଦ୍ର ଗୋପେ ଜନ୍ମ ଗୋପାଳ ଗୋପୀସ୍ମୟମ୍ ଶ୍ରୀ ଦାମୋଦର କୃଷ୍ଣ କମ୍ବୁକଧର କୁର୍ବନ୍ତୁତେ ମଙ୍ଗଳମ୍ ।’ ଏହି ଭକ୍ତିର ପରାକାଷ୍ଠା ରଖି ପ୍ରଭୁ ନୀଳକନ୍ଦରବାସୀ, ଯଶୋଦାର ପ୍ରାଣଧନ ଗୋପିଗୋପାଳଙ୍କ ସାଥୀ, କଦମ୍ବ ମୂଳରେ ବଂଶୀ ବଜାଉଥିବା ମୁରଲୀ ମନୋହର, ମୀରାର ଗିରିଧର ଗୋପାଳ, ଭକ୍ତ ହୃଦୟର ବ୍ୟଥାକୁ ଗ୍ରହଣ କରି ବଡ଼ଦାଣ୍ଡରେ ରଥକୁ ଅଟକାଇ ରଖିଲେ । ତେଣୁ ଏଥିରୁ ଜଣାପଡେ ଭଗବାନ କେବଳ ଭାବ ଓ ଭକ୍ତିରେ ବନ୍ଧା । ବର୍ଷରେ ଥରେ ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରେ ସେ ଭକ୍ତମାନଙ୍କ ସହ ଏକାକାର ହେବା ପାଇଁ ରନô ସିଂହାସନ ଛାଡି ବଡଦାଣ୍ଡକୁ ବାହାରି ଆସନ୍ତି । ସେହି ଆର୍ତ୍ତତ୍ରାଣ, କୁନ୍ତୀର ଦୁଃଖ ନାଶକ, ଗାନ୍ଧାରୀର ପ୍ରିୟ ଶିଷ୍ୟ, ନନ୍ଦ ଯଶୋଦାଙ୍କ ରଙ୍କୁଣି ଧନ, ଦେବକୀ ମାତାର ପୁତ୍ରକଷ୍ଟ ନିବାରକ, ବିଦୁରର ଶାଗଭଜା ଖିଆ, ଅକ୍ରୁରର ଆତ୍ମା, ରୁକ୍ମଣୀର ପ୍ରାଣପ୍ରିୟ, ଜଗତର ନାଥ ଜଗନ୍ନାଥ ସବୁରି ପ୍ରାଣକୁ ଚିହ୍ନିଲା ପରି କାର୍ଯ୍ୟ ଓ ଚିନ୍ତାଧାରର ପ୍ରତୀକ ଆଜିର ଏ ଘୋଷଯାତ୍ରା । ଏହି ଘୋଷଯାତ୍ରାରେ ଅନେକ ପ୍ରଚଳିତ ପ୍ରଥାକୁ ବଜାୟ ରଖିବାକୁ ଚେଷ୍ଟା କରା ଯାଇଥାଏ । ପଣ୍ଡା ପଢିଆରୀମାନଙ୍କ ଅଶ୍ରାବ୍ୟ ଗାଳି, ଡାହୁକର ଡାକ, ଝାଞ୍ଜ ମୃଦଙ୍ଗ, ଖୋଳ କରତାଳ, ଘଣ୍ଟ ଘଣ୍ଟା, ତୁରୀ କାହାଳୀ, ଭେରି ଦୁନ୍ଦୁଭି ଏବଂ ହରିବୋଲ ହୁଳହୁଳି ନାଦରେ ପୂରି ଉଠିଥାଏ ବଡ଼ଦାଣ୍ଡର ପରିସର । ଯାହାର ଦେଉଳ ବଡ଼, ଯାହାର ବାନା ପତିତପାବନ, ଯାହାର ଭୋଗ ବଡ଼ ଭୋଗ, ଯାହାର ପାହାଚ ବାଇଶି ପାହାଚ, ଯାହାର ପାଚେରୀ ମେଘନାଦ ପାଚେରୀ, ଯାହାର ପୁଷ୍ପରିଣୀ ନରେନ୍ଦ୍ର ପୁଷ୍କରିଣୀ, ଯାହାର ଦାଣ୍ଡ ବଡ଼ଦାଣ୍ଡ, ଯାହାର ଭୋଗ ବଡ଼ଭୋଗ, ସେହି କାଳିଆ ସାଆନ୍ତ, ଭକ୍ତମାନଙ୍କ ମନ, ହୃଦୟ ଓ ପ୍ରାଣ ଭିତରେ ସର୍ବଦା ନିବାସ କରୁଥିବା ବେଳେ ସ୍ୱଦେହରେ ତାଙ୍କ ସହ ଲୀଳା କରିବା ପାଇଁ ଏହି ଦିନ ରନôବେଦୀ ଛାଡି ବଡଦାଣ୍ଡରେ ସାଧାରଣ ମଣିଷଙ୍କ ଗହଣକୁ ଆସି ଭକ୍ତ ହୃଦୟର ସନ୍ତାପ ନାଶ କରିଥାନ୍ତି । ରଥର ଦଉଡିକୁ ଛୁଇଁଦେଲେ, କୋଟି କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ଜଗନ୍ନାଥ ଭକ୍ତମାନଙ୍କର ଅଖଣ୍ଡ ବିଶ୍ୱାସ ରହିଛି । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଧ୍ୱନି କରି ଭକ୍ତମାନେ ବିହ୍ୱଳ ହୋଇ ରଥକୁ ଟାଣି ନେଇଥାନ୍ତି ବଡ଼ ଦେଉଳରୁ ମାଉସୀମା’ ମନ୍ଦିର ପର୍ଯ୍ୟନ୍ତ । ମାଉସୀ ଘରେ ନଅ ଦିନ ଅବସ୍ଥାନ କରି ସେଠାରେ ନାନାଦି ପିଠା ପଣା ଓ ବ୍ୟଞ୍ଜନ ଭୋଗ କରିବା ପରେ ପୁନର୍ବାର ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରକୁ ବାହୁଡ଼ି ଆସନ୍ତି । ପଦ୍ମବନ୍ଧୁ ରିପୁକନ୍ୟା ପ୍ରାକନ୍ୟା ଯସ୍ୟବଲ୍ଲଭ, ତସ୍ୟହାର ରିପୁକାନ୍ତା ସକାନ୍ତ ବରଦୋ÷ ଭବ । ସୁରାରି ଋତୁଭୂତସ୍ୟ ତସ୍ୟ ତତସ୍ୟ ବହମେ, ଅନ୍ୟାକ୍ଷର ବିହୀନସ୍ୟ ତସ୍ୟ ପନôୀ ସ୍ଥିରାଦ୍ଭବା । ପଦ୍ମର ବନ୍ଧୁ ସାଗର, ସାଗରଙ୍କ କନ୍ୟା ଲକ୍ଷ୍ମୀ, ଲକ୍ଷ୍ମୀଙ୍କର ସ୍ୱାମୀ ସ୍ୱୟଂ ନାରାୟଣ, ତାଙ୍କ ବ୍ୟତୀତ ନା ଭୂତ ନା ଭବିଷ୍ୟ । ସେ ହେଉଛନ୍ତି ଅଣାକ୍ଷର, ନସ୍ୱର, ତାଙ୍କର କେହି ଶତ୍ରୁ ବା ରିପୁ ନଥାନ୍ତି । ସେ ସବୁରି ପ୍ରାଣ, ହୃଦୟରେ ବାସ କରୁଥିବା ହେତୁ ତାଙ୍କୁ ପ୍ରାଣବଲ୍ଲଭ ରୂପେ ପୂଜା କରାଯାଏ । ସଂସାରର ପ୍ରତ୍ୟେକ ସ୍ତ୍ରୀଙ୍କର ଦୁଇଟି ସ୍ୱାମୀ ଥାଏ । ସେଥିପାଇଁ ଜଗନ୍ନାଥ ସ୍ୱାମୀ, ନୟନପଥଗାମୀ, ଭବତୁ ମେ... ବୋଲି କୁହାଯାଏ । ତା’ର ଇଚ୍ଛା ବିନା ସାରା ବ୍ରହ୍ମାଣ୍ଡରେ ପତ୍ରଟିଏ ବି ହଲେନା । ସେହି ନୀଳାଚଳବିହାରୀ ଆଜି ଘୋଷଯାତ୍ରାରୁ ଅବସର ନେଲା ପରେ ଶ୍ରୀମନ୍ଦିରରେ ଅବଢା ଭୋଗ ଲାଗି ହୋଇଥାଏ । ଏହି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ଭକ୍ତ ଗାଇ ଉଠନ୍ତି-ବଡ଼ଦାଣ୍ଡେ ଚାଲେ ତବ ନନ୍ଦିଘୋଷ ରଥ . . ., ଝୁଲି ଝୁଲି ଆସେ ମୋ କାଳିଆ ଗୁଣ୍ଡୁଣି ହାତୀ . . . ଇତ୍ୟାଦି ଇତ୍ୟାଦି । ତପନବନ୍ଧୁ ରିପୁକନ୍ୟା ସାକନ୍ୟା ଯସ୍ୟ ବଲ୍ଲଭା, ତସ୍ୟହାର ରିପୁକାନ୍ତ ସକାନ୍ତ ଇମିସାଂ ଆଶୀର୍ବାଦୟା ସତ୍ୟାସୁକୁଟୁମ୍ବା ଶୁଭାନ୍ୟର୍ଭବତୁ, ଶୁଭଂ ଭବତୁ । ସୂର୍ଯ୍ୟଙ୍କର ବନ୍ଧୁ ପର୍ବତ, ପର୍ବତଙ୍କ କନ୍ୟା ପାର୍ବତୀ, ପାର୍ବତୀଙ୍କର ସ୍ୱାମୀ କୈଳାସପତି ଶିବ । ତାଙ୍କର ଗଳାହାର ବାସୁକୀ, ବାସୁକୀଙ୍କର ଶତ୍ରୁ ଗରୁଡ, ଗରୁଡ଼ଙ୍କର କାନ୍ତ ବା ସ୍ୱାମୀ ସ୍ୱୟଂ ଜଗତର ନାଥ ବିଶ୍ୱପତି ଶ୍ରୀ ସତ୍ୟନାରାୟଣ । ଏ ବିଶ୍ୱବାସୀଙ୍କର ମଙ୍ଗଳବିଧାନ କରନ୍ତୁ, ସମସ୍ତଙ୍କର ଜୀବନ ସୁଖମୟ ହେଉ, ଏହା ହିଁ ଏ ଅଧମର କାମନା ।
ପଧାନପଡ଼ା, ବନ୍ତ, ଭଦ୍ରକ
ମୋ:୭୫୦୪୪୨୪୬୦୧