ଗୋପାଳ ମହାନ୍ତଙ୍କ ହତ୍ୟା ପ୍ରତିବାଦ
ସାରସକଣା, : ରବିବାର ସକାଳ ୯ ଘଟିକା ସମୟରେ ବଡ·ଟରା ହାଟ ପଡିଆରେ ମୃତ ଗୋପାଳ ମହାନ୍ତଙ୍କର ହତ୍ୟାର ପ୍ରତିପାଦ ସଭା ଅନୁଷ୍ଠିତ ହୋଇଥିଲା । ଆବାହକ ବଳରାମ ମୁର୍ମୁ, ବିଶ୍ୱନାଥ ମହାନ୍ତ, ହୃଷିକେଶ ମହାନ୍ତଙ୍କ ଆହ୍ୱାନ କ୍ରମେ ମୟୂରଭଞ୍ଜ ଜିଲ୍ଲାର କୋଣ ଅନୁକୋଣରୁ ଏ ଗୋପାଳ ମହାନ୍ତଙ୍କ ହତ୍ୟାର ପ୍ରତିବାଦରେ ଜନସାଧାରଣ ଯୋଗଦାନ କରିଥିଲେ । ସଭା ପ୍ରାରମ୍ଭରେ ମୃତ ଗୋପାଳ ମହାନ୍ତଙ୍କ ପାଇଁ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଉପସ୍ଥିତ ସମସ୍ତ ଭଦ୍ରବ୍ୟକ୍ତି ଅମାନିଷିକ ହତ୍ୟାକାଣ୍ଡ ବିରୁଦ୍ଧରେ ନିନ୍ଦା କରିବା ସହିତ ସମସ୍ତ ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ଦୃଢ ଦାବୀ ଉପସ୍ଥାପନ କରିଥିଲେ । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଧାର ଆଣିବା ପାଇଁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ଦାବି କରିଥିଲେ । ଏହି ଘଟଣାର ନ୍ୟାୟ ନମିଳିବା ପର୍ଯ୍ୟନ୍ତ ପ୍ରତ୍ୟେକ ଗ୍ରାମରେ ପ୍ରତିବାଦ ସଭା ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଅଛି । ସଭାର ନିଷ୍ପତ୍ତି କ୍ରମେ ଏକ ପାଞ୍ଚ ଜଣିଆ ସୁରକ୍ଷା କମିଟି ଗଠନ କରିବା ସହିତ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଅଛି । ଏହି କମିଟିରେ ସୂର୍ଯ୍ୟକାନ୍ତ ମୁର୍ମୁ, ବିଶ୍ୱନାଥ ମହାନ୍ତ, ଅଜମ୍ବର ମହାନ୍ତ, ମହେଶ୍ୱର ମହାନ୍ତ, ପ୍ରବୀର କୁମାର ମହାନ୍ତ ଓ ଉପଦେଷ୍ଟା ଭାବେ ବଳରାମ ମୁର୍ମୁ, ଅଶୋକ କୁମାର ପୃଷ୍ଟି, ଭରତ ମହାନ୍ତ, ହୃଷିକେଶ ମହାନ୍ତ, ହାଡିବନ୍ଧୁ ମହାନ୍ତଙ୍କୁ ଚୟନ କରାଯାଇଥିଲା । କୁଡୁମୀ ସେନାର ରାଜ୍ୟ ସଭାପତି ଜୟମୁନୀ ମହାନ୍ତ, ଆଦିମ କୁଡୁମୀ ସେନାର ରାଜ୍ୟ ସଭାପତି ପଦ୍ମଲୋଚନ ମହାନ୍ତ, କୁଡୁମାଲୀ କାଲଚୁରାଲ ଏସୋସିଏସନ୍ର ସାଧାରଣ ସଂପାଦକ ଚିତ୍ତରନ ମହାନ୍ତ ଓ ସଭାପତି ଡ. ଭକ୍ତହରୀ ମହାନ୍ତ ପ୍ରମୁଖ ଯୋଗଦାନ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ପ୍ରଦାନ ସହିତ ଏହି ଘଟଣାରେ ନ୍ୟାୟ ପ୍ରଦାନ ପାଇଁ ଦୃଢ ଦାବୀ କରିଥିଲେ ।