ସାଇକେଲିଂ ଯାତ୍ରାରେ ବିସିଏସି ଟିମ୍ ; ୧୭୦ କିମି ଯାତ୍ରା ୮୦ ସଦସ୍ୟ
ଭୁବନେଶ୍ୱର, ୧୧ା୫ : ଭୁବନେଶ୍ୱର ସାଇକେଲ ଚଲାଇବା ଏବଂ ଆଡ଼ଭେଞ୍ଚର କ୍ଲବ ଫ୍ଲାଗ୍ ଅଫ୍ ପ୍ରାରମ୍ଭରେ ସନ୍ଧ୍ୟା ୬ ଟାରେ ସଭାପତି ବିସିଏସି ଲଲିତ ଦାସ ଏବଂ ପୁଲିସ କମିଶନର ସଞ୍ଜୀବ ପଣ୍ଡା ଫ୍ଲାଗ୍ ଦେଖାଇ ସମସ୍ତଙ୍କୁ ବିଦାୟ ଦେଇଥିଲେ । ଯାହା ବିସିଏସି ଟିମ ପକ୍ଷରୁ ସମାଜ ପାଇଁ ଏକ ବାର୍ତ୍ତା ଦିଆଯାଇଛି ।
ସୂଚନାଯୋଗ୍ୟଯେ, ଭୁବନେଶ୍ୱର ସାଇକ୍ଲିଂ ଏବଂ ଆଡଭେଞ୍ଚର କ୍ଲବ (ବିସିଏସି) ସପ୍ତମ ଥର ପାଇଁ ସାଇକେଲ ଚଲାଇବା କାର୍ଯ୍ୟକ୍ରମ ଆୟୋଜନ କରୁଛି । ମହିଳାମାନଙ୍କ ସମେତ ୮୦ ରୁ ଅଧିକ ବୃତ୍ତିଗତ ସାଇକେଲ ମହିଳା, ପୁରୁଷ ଓ ଛାତ୍ର ·ଳକ ଏହି ୧୭୦ କିଲୋମିଟର ସାଇକେଲିଂରେ ଅଂଶଗ୍ରହଣ କରଛନ୍ତି । ସାଇକେଲ ଆରୋହୀମାନେ ୟୁନିଟ୍-୧ରୁ ସନ୍ଧ୍ୟା ୬ ଟାରେ ବାହାରି ରବି ଟକିଜ୍, ଉତ୍ତରା, ସାଖିଗୋପାଳ ଦେଇ ରାତି ପ୍ରାୟ ୧୦ଟା ସମୟରେ ପୁରୀରେ ପହଞ୍ଚିବେ । ପରେ ସାମୁଦ୍ରିକ ଡ୍ରାଇଭ, ନିମାପଡା, ପିପିଲି ଓ କୋଣାର୍କ ହୋଇ ରାତି ସାରା ଚାଳନା କରି ସକାଳ ୬ଟା ମଧ୍ୟରେ ଭୁବନେଶ୍ୱରରେ ପହଞ୍ଚିବେ । ସାଇକେଲ ·ଳକମାନେ ରାତିସାରା ସାଇକେଲ ଚାଳନା କରିବେ । ଏହି ଯାତ୍ରା ସମୟରେ ସମସ୍ତ ଆରୋହୀମାନେ ରାତ୍ରୀରେ ସାଇକେଲିଂ ଚାଳନା କରୁଥିବା ନେଇ ପ୍ରତିଫଳିତ ପୋଷାକ, ହେଲମେଟ ପିନ୍ଧିବା ସହ ଆଗ ଏବଂ ପଛ ଆଲୋକ ଏବଂ ଅନ୍ୟାନ୍ୟ ସୁରକ୍ଷା ଲାଇଟ୍ ଲଗାଇଛନ୍ତି । ଯାହାଦ୍ୱାରା କୌଣସି ଘଟଣା କିମ୍ବା ଦୃର୍ଘଟଣାରୁ ସମସ୍ତେ ବର୍ତ୍ତି ପାରିବେ । ଏହି ଭଳି ସବୁଦିନ ସାଇକେଲିଂ କରିବା ଦ୍ୱାରା ନିଜର ଶରୀର ସୁସ୍ଥ ରହିବ ବୋଲି ପୁଲିସ କମିଶନର ଶ୍ରୀ ପଣ୍ଡା ସମସ୍ତଙ୍କୁ ବାର୍ତ୍ତା ଦେଇଛନ୍ତି । ଏହାସହ ଏହି ସାଇକେଲିଂ ଯାତ୍ରା ପ୍ରତେକ ବର୍ଷ ବିସିଏସି ପକ୍ଷରୁ ମେଇ ମାସ ଶନିବାର ଦିନ ଯାତ୍ରା ବାହାରିବ । ଏହାର ଇଭେଣ୍ଟ ଦାୟିତ୍ୱ ନେଇଛନ୍ତି ସନ୍ତୋଷ ରାଉତ ଏବଂ ସିବାସିଶ ମହାନ୍ତି । ବିସିଏସି ପକ୍ଷରୁ କୁହାଯାଇଥିବା, ପ୍ରତେକ ବର୍ଷ ମେଗା ସାଇକେଲିଂ ଯାତ୍ରା କରାଯିବ । ଏହି ଯାତ୍ରା ଭୁବନେଶ୍ୱରରୁ ମୋନାଲି, ଲେହ, ଖେଡୁଙ୍ଗାଲା, ହିମାଳୟ, ଭୁଟାନ, କାଠମାଣ୍ଡୁ ଭିଟନାମ, କୋମ୍ବଡିଆଁ, ଶ୍ରୀଲଙ୍କା ଭଳି ଯାତ୍ରା ରହିଛି । ଏହାସହ ପ୍ରତେକ ବର୍ଷ ପୁରୀ ସାଇକେଲ ଯାତ୍ରା ବିସିଏସି ପକ୍ଷରୁ ରହିବ ବୋଲି ବିସିଏସି ସଭାପତି ଲଲିତ ଦାସ ସୂଚନା ଦେଇଛନ୍ତି ।