ଦାମୋଦରପୁର ଗ୍ରାମ ରାସ୍ତା ଶୋଚନୀୟ

ପାଣିକୋଇଲି : ଜାତୀୟ ରାଜପଥ ୧୬ରୁ ପାଣିକୋଇଲି ଓ ପଥରପଦା ପଞ୍ଚାୟତର ଦାମୋଦରପୁର ଗ୍ରାମକୁ ମୂଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ରାସ୍ତା କାମ ନିମନ୍ତେ ଠିକା ନେଇଥିବା ଠିକାସଂସ୍ଥା ରାସ୍ତା କାମ ଅଧାରୁ  ବନ୍ଦ କରିଥିବା ବେଳେ  କ୍ରମାଗତ ବର୍ଷାରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଉକ୍ତ ରାସ୍ତାଟି ଗ୍ରାମକୁ ମୂଖ୍ୟ ରାସ୍ତା ହୋଇଥିବା ବେଳେ ଗ୍ରାମର ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯିବା ଆସିବା କରିବା ଲାଗି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗତ କିଛି ମାସ ତଳେ ଏ ସମ୍ପର୍କରେ ଗ୍ରାମବାସୀ ସ୍ଥାନୀୟ ରାସ୍ତା ଓ ଗୃହ ନିର୍ମାଣ କାର୍ଯ୍ୟାଳୟରେ ବିଭାଗୀୟ ଯନ୍ତ୍ରୀଙ୍କୁ ଭେଟି ସମସ୍ୟା ଉପସ୍ଥାପନ କରିଥିଲେ । ପରେ ଯନ୍ତ୍ରୀଙ୍କ ନିଦେ୍ର୍ଦଶ ମତେ ଠିକାଦାର କେବଳ ଡ଼ଷ୍ଟ ପକାଇ ଦେଇ କାମ ବନ୍ଦ କରି ଦେଇଥିଲା । ତେବେ ଲଗାଣ ବର୍ଷା ଯୋଗୁଁ ଉକ୍ତ ଡ଼ଷ୍ଟ ଗୁଡ଼ିକ କେଲୁଅ ମାଟି ସହିତ ମିଶି କାଦୁଅ ପଚ ପଚ ହୋଇଯାଇଛି । ଫଳରେ ବାଇକଟିଏ ଯିବା ତ ଦୁରରେ ଥାଉ ପାଦରେ ଚାଲି କରି ଯିବା କଷ୍ଟକର ହୋଇପଡ଼ିଛି । ଏଦିଗରେ ବିଭାଗୀୟ ଯନ୍ତ୍ରୀ ତୁରନ୍ତ ଦୃଷ୍ଟି ନିକ୍ଷେପ କରି ସମସ୍ୟାର ସମାଧାନ କରିବା ଲାଗି ଅଞ୍ଚଳବାସୀ ଦାବି କରିଛନ୍ତି ।