ନାରୀମାନେ ଗଣତନ୍ତ୍ରର ସୁରକ୍ଷା କରନ୍ତୁ
ଭୁବନେଶ୍ୱର : ସ୍ଥାନୀୟ ପାନ୍ଥନିବାସ ସମ୍ମିଳନୀ କକ୍ଷରେ ପ୍ରଗତିଶୀଳ ତି୍ରଭାଷୀ ସମ୍ବାଦପତ୍ର ‘ଆଶାପ୍ରଦୀପ’ର ଏକବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସାମ୍ପ୍ରତିକ ଗଣତନ୍ତ୍ରରେ ସଶକ୍ତ ନାରୀର ଭୂମିକା ପ୍ରସଙ୍ଗରେ ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ଗଣତନ୍ତ୍ରରେ ନାରୀମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବରେ ପୂବତନ ମନ୍ତ୍ରୀ ଡକ୍ଟର ଅରବିନ୍ଦ ଢାଲୀ, ଉଦ୍ଘାଟକ ଭାବରେ ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ, ସମ୍ମାନିତ ଅତିଥିଭାବେ ଓଡ଼ିଶା ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର, ଡକ୍ଟର ଝରଣା ସ୍ୱାଇଁ, ଡକ୍ଟର ସଞ୍ଜିବ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟ ସମ୍ପାଦିକା ବ୍ରାହ୍ମୀପି୍ରୟା ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ‘ଅଶାପ୍ରଦୀପ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହେବା ସହ ଅନେକ ସୃଜନସ୍ରଷ୍ଟାଙ୍କର ପୁସ୍ତକ ଉନ୍ମୋଚିତ ହୋଇଥିଲା । ଡକ୍ଟର ପ୍ରସନ୍ନ ପଟ୍ଟଶାଣୀଙ୍କର ମହାକାବ୍ୟ ‘ଏଇଠୁ ଆରମ୍ଭ’ ଏବଂ ଶ୍ରୀମଦ ଭଗବତ ଗୀତାର ଅମୃତ ଶ୍ଲୋକଗୁଡ଼ିକର ଡିଜିଟାଲ ପରିବେଷଣ କରାଯାଇଥିଲା । ବ୍ରାହ୍ମୀପି୍ରୟା ସାମନ୍ତରାୟଙ୍କ ଡିଜିଟାଲ ପୁସ୍ତକ ‘ପରମାତ୍ମାଙ୍କୁ ଚିଠିଟିଏ’ ଉନ୍ମୋଚିତ ହେବାସହ ଡକ୍ଟର ସଞ୍ଜିବ ପ୍ରଧାନ, ଗୋଲାପ ସାହୁ ଓ ପ୍ରଶାନ୍ତ ସାହୁ, ମଞ୍ଜୁଳା କର, ଶୁଭଶ୍ରୀ ସିଂ ପ୍ରମୁଖଙ୍କ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା । ଶ୍ରେଷ୍ଠ ମିଡ଼ିଆ ଆୱାର୍ଡ଼ ସମ୍ବାଦ ଓ କନକ ଟିଭିକୁ ପ୍ରଦାନ କରାଯାଇ ସ୍ୱର୍ଗତ ଦିଲ୍ଲୀପ ଶତପଥୀଙ୍କ ସ୍ମୃତିରେ ଏହାକୁ ଅର୍ପଣ କରାଯାଇଥିଲା । ଏତଦ୍ବ୍ୟତୀତ ଡକ୍ଟର ଝରଣା ସ୍ୱାଇଁ, ମମତା ପାଟ୍ଟଶାଣୀ, ସାମ୍ବାଦିକ ରାମଚଣ୍ଡୀ ପ୍ରସାଦ ରଣସିଂହ, ସଚ୍ଚିଦାନନ୍ଦ ଗୋଚ୍ଛାୟତ ଓ ବହୁ ପ୍ରତିଭାଧାରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ଋତୁପର୍ଣ୍ଣା ମହାନ୍ତି ସଂଯୋଜିକା ଭାବରେ ଯୋଗଦେଇଥିଲେ ।