"ମାଲା ୨୦୨୫'ରେ ପାରାଦୀପ ବନ୍ଦର ସମ୍ମାନିତ
ପାରାଦୀପ : ୧୫ତମ ଅଲ୍ ଇଣ୍ଡିଆ ମେରିଟାଇମ୍ ଆଣ୍ଡ୍ ଲଜିଷ୍ଟିକ୍ସ ପୁରସ୍କାର (ମାଲା) ୨୦୨୫ ରେ ପାରାଦୀପ ବନ୍ଦରକୁ ମର୍ଯ୍ୟାଦାଜନକ "ବର୍ଷର ପ୍ରମୁଖ ବନ୍ଦର ଅଣ କଣ୍ଟେନରାଇଜଡ୍ କାର୍ଗ ପୁରସ୍କାରରେ ସମ୍ମାନିତ କରାଯାଇଛି । ଭାରତୀୟ ସାମୁଦ୍ରିକ ଏବଂ ଲଜିଷ୍ଟିକ୍ସ କ୍ଷେତ୍ରରେ ଉକ୍ରର୍ଷତା ଏବଂ ନବସୃଜନକୁ ପାଳନ କରିବା ପାଇଁ ଏକ୍ସିମ୍ ଇଣ୍ଡିଆ ଦ୍ୱାରା ଅଗଷ୍ଟ ୧ ତାରିଖରେ ମୁମ୍ବାଇରେ ଏକ ବର୍ଣ୍ଣାଢ୍ୟ ଉତ୍ସବର ଆୟୋଜନ ହୋଇଥିଲା ।
ଏହି ପୁରସ୍କାର ଗ୍ରହଣ କରିଥିବା ପାରାଦୀପ ବନ୍ଦରର ଅସାଧାରଣ ପ୍ରଦର୍ଶନ ଏବଂ ଅଣ-କଣ୍ଟେନରାଇଜଡ୍ କାର୍ଗୋ ପରିଚାଳନାରେ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦିଏ, ଯାହା ଦେଶର ସାମୁଦ୍ରିକ ବାଣିଜ୍ୟରେ ଏହାର କାର୍ଯ୍ୟକ୍ଷମ ଦକ୍ଷତା ଏବଂ ରଣନୈତିକ ଗୁରୁତ୍ୱ ପ୍ରଦର୍ଶନ କରେ । ପାରାଦୀପ ବନ୍ଦର କର୍ତ୍ତୃପକ୍ଷ (ପିପିଏ) ର ଟ୍ରାଫିକ୍ ମ୍ୟାନେଜର ଜି, ଏଡିସନ୍ ବନ୍ଦର ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ମାଲା ପୁରସ୍କାର ଏକ ଗୁରୁତ୍ୱପୂର୍ଣ୍ଣ ବାର୍ଷିକ କାର୍ଯ୍ୟକ୍ରମ, ଯେଉଁଥିରେ ବିଜେତାଙ୍କୁ ଶିଳ୍ପ ବିଶେଷଜ୍ଞଙ୍କ ଏକ ବିଶିଷ୍ଟ ଜୁରୀ ଦ୍ୱାରା ଚୟନ କରାଯାଇଛି । ଏହି ପୁରସ୍କାର ହାସଲ କରିବା ଶିଳ୍ପ ମଧ୍ୟରେ ଏକ ପ୍ରମୁଖ ସମ୍ମାନ ଭାବେ ବିବେଚନା କରାଯାଏ ଏବଂ ଉକ୍ରର୍ଷତା ପ୍ରତି ବନ୍ଦରର ପ୍ରତିବଦ୍ଧତା ଏବଂ ଅଣ-କଣ୍ଟେନରାଇଜଡ୍ କାର୍ଗୋ ସେଗମେଣ୍ଟରେ ଏହାର ନେତୃତ୍ୱ ଭୂମିକାକୁ ଉଜ୍ଜ୍ୱଳ କରିଥାଏ । ଏହି ସମ୍ମାନ ପାଇବା ପରେ ବନ୍ଦର୍ ସମଗ୍ର ଟିମ୍କୁ ଅଧ୍ୟକ୍ଷ ପି.ଏଲ୍ ହରନାଦ ଅଭିନନ୍ଦନ ଜଣାଇଛନ୍ତି । "ଏହି ଉଲ୍ଲେଖନୀୟ ସଫଳତା ଟିମ୍ ପିପିଏର କଠିନ ପରିଶ୍ରମ, ସମର୍ପଣ ଏବଂ ସହଯୋଗ ମନୋଭାବର ନିଦର୍ଶନ ।