ଦିନିକିଆ ଶିକ୍ଷକ ପ୍ରଶିକ୍ଷଣ ଶିବିର
ବଡ଼ସାହି: ବଡ଼ସାହି ବ୍ଲକ ଅନ୍ତର୍ଗତ କାଣିମହୁଲି ସ୍ଥିତ ଶ୍ରୀ ବିଦ୍ୟା ବିହାର ପବ୍ଲିକ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିମନ୍ତେ ଗ୍ରୀଷ୍ମକାଳୀନ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ଶିବିରରେ ସ୍ଥାନୀୟ ସ୍କୁଲ ସହିତ ଶୁଳିଆପଦା ଶାଖା ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶିକ୍ଷାର୍ଥୀ ଭାବେ ଯୋଗ ଦେଇଥିଲେ ।କଟକ ସ୍ଥିତ ମଡର୍ଣ୍ଣ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ନିହାର ରଞ୍ଜନ ଭୂୟାଁ ଏଥିରେ ପ୍ରଶିକ୍ଷକ ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତରେ କିପରି ଉନ୍ନତ ବୈଷୟିକ ଜ୍ଞାନର ଶିକ୍ଷା ପ୍ରଦାନ ସହିତ ଶୃଙ୍ଖଳିତ ଭାବେ ଉତ୍ତମ ଚରିତ୍ର ଗଠନ କରାଯାଇପାରିବ, ସେ ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଶ୍ରୀ ବିଦ୍ୟା ବିହାର ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ଦୟାନିଧି ମହାନ୍ତ ଏହି ଦିନିକିଆ ଶିବିରକୁ ଉଦ୍ଘାଟନ କରିଥିଲେ । ସଭାପତି ଦିଲ୍ଲୀପ ପାତ୍ର, ପ୍ରଶାସନିକ ଅଧିକାରୀ ସନ୍ଦୀପ ସାମଲ, ଯୁଗ୍ମ ଅଧିକାରୀ ବିକାଶ ମହାପାତ୍ର, ଅଧ୍ୟକ୍ଷ କୃତିବାସ ଦାସ, ଉପଦେଷ୍ଟା ରତନୀ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଉପାଧ୍ୟକ୍ଷ ମାନସିଂ ଦେବୀ ପ୍ରସାଦ ମହାନ୍ତ ଧନ୍ୟବାଦ ଜଣାଇଥିଲେ ।