କୃତୀ ବିଦ୍ୟାର୍ଥୀ ସମାରୋହ
ନିଶ୍ଚିନ୍ତକୋଇଲି : ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ମାହାଙ୍ଗା ବ୍ଲକ ଅନ୍ତର୍ଗତ ବନ୍ତଳା ଗ୍ରାମସ୍ଥିତ ଏହି ଫାଉଣ୍ଡେସନର କୃଷି ଉକ୍ରର୍ଷ କେନ୍ଦ୍ର ପରିସରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଏ-୧ ଗ୍ରେଡ୍ରେ ୯୦ ପ୍ରତିଶତରୁ ଉଦ୍ଧ୍ୱର୍ ନମ୍ବର ରଖି ୯ ଜଣ ଏବଂ ଏ-୨ ଗ୍ରେଡ୍ରେ ଦୁଇ ଜଣ ମୋଟ ୧୧ ଜଣ ଛାତ୍ର ଛାତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ, ପ୍ରଶଂସାପତ୍ର ଓ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ସହିତ ମଣ୍ଡଳ ସ୍ତରୀୟ କୃତୀ ବିଦ୍ୟାର୍ଥୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଫାଉଣ୍ଡେସନର ଅଧ୍ୟକ୍ଷ ପରିଚାଳନା ଟ୍ରଷ୍ଟି ତଥା ବିଶିଷ୍ଟ ସମାଜସେବୀ ଶୋଭନ କରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କୃତୀ ବିଦ୍ୟାର୍ଥୀ ସମାରୋହ ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରାକ୍ତନ ନିଦେ୍ର୍ଦଶକ ଡ. ଶରତ କୁମାର ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଶାସନିକ ସେବା ଅଧିକାରୀ ଅଶୋକ କୁମାର ଦାଶ ଯୋଗ ଦେଇ ପିଲାମାନଙ୍କୁ ଆଗାମୀ ଦିନରେ ଅଧିକରୁ ଅଧିକ କୃତିତ୍ୱ ଅର୍ଜନ କରି ଦେଶ ଓ ଦଶର କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ନିର୍ଭୀକ ପତ୍ରିକାର ସଂପାଦକ ତଥା ବିଶିଷ୍ଟ ସ୍ତମ୍ଭକାର ଅବନୀ ଚନ୍ଦ୍ର ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପୁରସ୍କୃତ ବିଦ୍ୟାର୍ଥୀମାନେ ଯଥାକ୍ରମେ ସୁଶ୍ରୀ ପ୍ରଜ୍ଞା ସମୀକ୍ଷା ଦାସ, ରବିକିଂକର ବେହେରା, ରାଜକଲ୍ୟାଣୀ ପାତ୍ର, ସତ୍ୟସନାତନୀ ବେହେରା, ସ୍ମୃତିପ୍ରଜ୍ଞା ମହାନ୍ତି, ଧରିତ୍ରୀ ମିଶ୍ର, ଆକାଂକ୍ଷା ଭୂୟାଁ, ଏସ୍.ବି. ଲିଜାରାଣୀ ସାଥୁଆ, ଅଭିଲିପ୍ସା ବଳ, ଶୁଭଲକ୍ଷ୍ମୀ ଦତ୍ତ, ଦେବସ୍ମିତା ଦଳାଇ ପ୍ରମୁଖ ଫାଉଣ୍ଡେସନ ପକ୍ଷରୁ ପ୍ରଦତ୍ତ ଏହି ସମ୍ମାନ ଯଥାର୍ଥରେ ଯଥେଷ୍ଟ ପ୍ରେରଣା ଦାୟୀ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳରବହୁ ବୁଦ୍ଧିଜୀବୀ ଜନ ସାଧାରଣ ଅଂଶ ଗ୍ରହଣ କରିଥିଲେ ।