ଦିବାକର ନାୟକଙ୍କ ବିୟୋଗରେ ଶୋକ

 ଚମ୍ପୁଆ :  ସିପିଆଇର ବରିଷ୍ଠ ନେତା ସ୍ୱର୍ଗତ ଦିବାକର ନାୟକ ବିୟୋଗରେ ସିପିଆଇ ଜିଲ୍ଲା କାର୍ଯ୍ୟକାରିଣୀ ପକ୍ଷରୁ ଏକ ଶୋକସଭା ସ୍ଥାନୀୟ ନିର୍ମାଣ ଶ୍ରମିକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି  । ଏହି ସଭାରେ କେନ୍ଦୁଝର ଜିଲ୍ଲା ସମ୍ପାଦକ ବିଦ୍ୟାଧର ମହାନ୍ତି ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ରହି ଗଭୀର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ  । ଦିବଙ୍ଗତ ନେତା ଦିବାକର ନାୟକ ସିପିଆଇ ଦଳର ରାଜ୍ୟ ସମ୍ପାଦକ ଏବଂ ଜାତୀୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ମଧ୍ୟ ରହିଥିଲେ  । ଛାତ୍ର ଜୀବନରୁ ମାର୍କ୍ସବାଦ, ଲେନିନ୍ବାଦ ଆଦର୍ଶରେ ଅନୁପ୍ରାଣିତ ହୋଇ ଅଖିଳ ଭାରତ ଛାତ୍ର ସଂଗଠନର ସାଧାରଣ ସମ୍ପାଦକ ଏବଂ ପରବର୍ତ୍ତୀ ସମୟରେ ଏହାର ସଭାପତି ଦାୟିତ୍ୱ ମଧ୍ୟ  ସଫଳତାର ସହ ନିର୍ବାହ କରିଥିଲେ  । ଦଳପାଇଁ ତାଙ୍କର ଉତ୍ସର୍ଗୀକୃତ ସେବା ସମସ୍ତ କର୍ମୀଙ୍କୁ ସର୍ବଦା ପ୍ରେରଣା ଦେବ ବୋଲି କୁହାଯାଇଛି  । ଏହି ସଭାରେ ଜିଲ୍ଲା ସହସମ୍ପାଦକ ଅର୍ଜୁନ ମହାନ୍ତି, ଗିରିଶ ମହାନ୍ତି, ପ୍ରଦୀପ ମୁଣ୍ଡା, ବିକ୍ରମ ଓରାମ, ପଦ୍ମା ନାଏକ, ଦଶମା ମୁଣ୍ଡା, ଭରଦ୍ୱାଜ ମହାନ୍ତି ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଦେବାସହ ଲାଲ୍ ସଲାମ ଜଣାଇଥିଲେ ।