ଦିବ୍ୟ ଜୀବନ ସଂଘ ପକ୍ଷରୁ ପ୍ରତିଷ୍ଠା ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ
ଆସିକା: ଆସିକା ବ୍ଲକ ଭେଟନଈ ଗ୍ରାମରେ ଦିବ୍ୟ ଜୀବନ ସଙ୍ଘ ପକ୍ଷରୁ ପଞ୍ଚ ଦିବସୀୟ ପ୍ରତିଷ୍ଠା ଏବଂ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାଧୁ ସନ୍ଥ, ଭକ୍ତ, ମହିଳା,ସ୍ବେଛାସେବୀ,ଗ୍ରାମବାସୀ ଉପସ୍ଥିତ ଥିଲେ । ପଞ୍ଚଦିବାସୀୟ ଏହି କାର୍ଯ୍ୟକ୍ରମରେ ପ୍ରଥମଦିବସରେ ଦୀକ୍ଷା ଗ୍ରହଣ, ଜଳଯାତ୍ରା, ନଗର ଭ୍ରମଣ, ଅଙ୍କୁରାରୋପଣ,ସାଲା ସଂସ୍କାର,ସୂର୍ଯ୍ୟ ପୂଜା, ଘଟ ପୂଜା,ଆରତୀ,ହୋମ,ଯଂଜ୍ଞ, ଆରତୀ, ପୁଷ୍ପାଞ୍ଜଳି ପଣ୍ଡିତ ଏବଂ କର୍ତାମାନଙ୍କ ଦ୍ୱାରା ନିୟମିତ ଅନୁଷ୍ଠିତ ହେବ । ଏହି ପଞ୍ଚଦିବସୀୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିବସରେ ନାମ ସଂକ୍ରିର୍ତନ, ପ୍ରବଚନ ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ବୋମକେଇ ଆଶ୍ରମର ଗୋବିନ୍ଦାନନ୍ଦ ସରସ୍ୱତୀ, ବ୍ରହ୍ମପୁରର ହରିଶରଣାନନ୍ଦ ସରସ୍ୱତୀ, ଅଗସ୍ତିନୂଆଗାଁ ରାମଦାସନନ୍ଦ ମହାରାଜ, କୁରାଳର ଦଧିବାମନ ମହାରାଜ ପଣ୍ଡିତ ପ୍ରଫୁଲ କୁମାର ଦାସ, କାଳୁ ଚରଣ ପଣ୍ଡା, ବିଜୟ ହୋତ୍ତା, ଭେଟନଇ ଦିବ୍ୟ ଜୀବନ ସଙ୍ଘର ସଭାପତି ଖଦାଳ ନାହାକ, ସମ୍ପାଦକ କାମରାଜ ଗୌଡ଼, କୋଷାଧକ୍ଷ ବିକ୍ରାନ୍ତ ନାୟକ,ସଦସ୍ୟ ପ୍ରସନ୍ନ ସ୍ୱାଇଁ, ସଂଜୟ ସାଇଁ, ସୁନୀଲ ଦଳାଇ ସମେତ ବହୁ ଆଧାତ୍ମିକ ପ୍ରେମୀ ଏକ ବିରାଟ ପଟୁଆର ରେ ଗ୍ରାମର ସ୍ୱନେଶ୍ୱର ମନ୍ଦିର ନିକଟରୁ ପଦ୍ମପୋଖରୀରୁ ପଣ୍ଡିତ ମାନେ ଜଳ ଆବାହନ କରି ସାଲାକୁ ଅଣାଯାଇଥିଲା । ଗ୍ରାମରେ ଏକ ଅଧାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।