ବର୍ଷା ଯୋଗୁଁ ୬ ଏକର ମକା ଗଜା
ପାପଡାହାଣ୍ଡି : ସାରା ରାଜ୍ୟରେ ଦଶଦିନରୁ ଉର୍ଦ୍ଦ ହେବ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଧାନ ଚାଷୀଙ୍କୁ ପାଗ ସୁହାଉ ଥିବା ବେଳେ ରବିରେ କରିଥିବା ମକା ଚାଷ ନଷ୍ଟ ହୋଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୈଦଲପୁର ପଂଚାୟତର ତୁରୁଞ୍ଜିଆଗୁଡା ଗ୍ରାମର ଚାଷୀ ଚନ୍ଦ୍ରଧ୍ୱଜ ମାଝୀଙ୍କ ମକା ଫସଲ ଗଜା ହୋଇ ସବୁ ନଷ୍ଟ ହୋଇ ଯାଇଛି । ଚନ୍ଦ୍ରଙ୍କ କହିବା ଅନୁସାରେ, ସେ ଏହି ବର୍ଷ ରବିରେ ୬ଏକର ମକା ଚାଷ କରିଥିଲେ । ଧାର କରଜ କରି ପ୍ରାୟ ୮୦ହଜାର ଟଙ୍କା ମକା ଚାଷରେ ଖର୍ଚ୍ଚ କରିଥିଲେ । ଫସଲ ଭଲ ହୋଇଥିଲା ଆଶା କରିଥିଲେ ମକା ବିକି ୨ଲକ୍ଷରୁ ଉର୍ଦ୍ଧ ଟଙ୍କାରେ ଋଣ ସୁଝି ବାକି ଟଙ୍କାରେ ପରିବାର ପ୍ରତିପୋଷଣ କରିବେ କିନ୍ତୁ ବିଧୀର ବିଧାନ ଥିଲା ଅଲଗା । ବର୍ଷାରେ ଭିଜି ମକା ଗୁଡିକ ଗଜା ହେବା ସହ ନଷ୍ଟ ହୋଇଯାଇଛି । ଏହି ଅଂଚଳରେ ଜଳ ସେଚନର ସୁବିଧା ନଥିବା ଯୋଗୁଁ ବର୍ଷା ଋତୁ ଓ ନଦୀ ପାଣି ଉପରେ ଚାଷୀ ନିର୍ଭର ଶୀଳ । ମଣ୍ଡିର ବ୍ୟବସ୍ଥା ନଥିବାରୁ ଶାଗ ମାଛ ଦରରେ ମକା ବିକ୍ରି କରି ମୂଳ ଟଙ୍କା ବାହାର କରିବାକୁ ଲକ୍ଷ୍ୟ ରଖିଛନ୍ତି ଚାଷୀ । ଚନ୍ଦ୍ରଙ୍କ ପରି ଅନେକ ଚାଷୀଙ୍କ ଫସଲ ନଷ୍ଟ ହୋଇଥିବାର ଅନୁମାନ କରାଯାଉଛି । ପ୍ରଶାସନ ତରଫରୁ କ୍ଷୟକ୍ଷତି ର ଆକଳନ କରି ସାହାଯ୍ୟ ଯୋଗାଇ ଦେବାକୁ ଅଂଚଳ ବାସି ଦାବି କରିଛନ୍ତି ।