ଦିବ୍ୟାଙ୍ଗ ଶ୍ରମିକଙ୍କୁ ମାଡ  : ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ

 ଖଇରା :  ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ମଳିହା(ବଣସାହି) ଗ୍ରାମର ଶ୍ରମିକ ଭାବେ କାମ କରୁଥିବା ଦିବ୍ୟାଙ୍ଗ ଗୌତମ ବେହେରାଙ୍କୁ ଜଣେ ଶିକ୍ଷୟିତ୍ରୀ ସାମନ୍ୟ କଥାକୁ ନେଇ ନିସ୍ତୁକ ମାଡ ମାରିବା ନେଇ ଗୌତମ ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଦାୟିତ୍ୱରେ ଥିବା ଏଏସ୍ଆଇ ଘଟଣାକୁ ରଫାଦଫା କରି ଚପାଇ ଦେବାକୁ ଉଦ୍ୟମ କରୁଥିବା ବେହେରାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଗୌତମ ୧୯ତାରିଖ ଦିନ ମଳିହା ଚାରିଘେରିଆ ଗ୍ରାମର ପ୍ରତାପ ବେହେରାଙ୍କ ଘରକୁ କାମ କରିବାକୁ ଯାଇଥିଲେ । କାମ କରୁଥିବାବେଳେ ଉକ୍ତଗ୍ରାମର ଜଣେ ଶିକ୍ଷୟିତ୍ରୀ ତାଙ୍କ ସ୍ୱାମୀଙ୍କ ନିଦେ୍ର୍ଦଶରେ ଏକ ବାଉଁଶ ଠେଙ୍ଗାଆଣି ନିସ୍ତୁକ ମାଡ ମାରିଥିଲେ । ପରେ ଚିକିତ୍ସା ପାଇଁ ଗୌତମକୁ ଖଇରା ଡାକ୍ତରଖାନାକୁ ନିଆଯାଇଥିଲା । ଆଇଆଇସି ସୁଚନ୍ଦ୍ର ମହାଳିକଙ୍କୁ ଯୋଗାଯୋଗ କରିବାରେ ଏ ବିଷୟ ବୁଝୁଥିବା ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି ।