ଜଳସେଚନ ବିଭାଗ ଘରକୁ ଜବରଦଖଲ
ନିଆଳି : ନିଆଳି ବ୍ଲକ ଜଲାରପୁର ପଞ୍ଚାୟତକୂଳ ଜଲାରପୁର ପାଖରେ ଥିବା ନିଆଳି ଜଳ ସେଚନ ବିଭାଗର ଗୃହ ଓ ଦୁଇ ଏକର ଜାଗାକୁ କୂଳ ଜଲାରପୁର ଗ୍ରାମର ମମତା ମହାନ୍ତି, ଚିତ୍ରସେନ ନାଏକ ଜବରଦଖଲ କରି ୯୯ ବାତ୍ୟା ଠାରୁ ରହି ଆସୁଛନ୍ତି । ଏମିତିକି ଉକ୍ତ ବିଭାଗର ଦୁଇ ଏକର ଜାଗାକୁ ଜବରଦଖଲ କରି ଚାଷ କରୁଛନ୍ତି । ଗ୍ରାମବାସୀମାନେ ସେମାନଙ୍କୁ ବିରୋଧ କରିବାରୁ ସେମାନେ ବିଭିନ୍ନ ସମୟରେ ଧମକ ଚମକ ଦେଇ ଆସୁଛନ୍ତି । ଯାହାଫଳରେ ଆଜି ୨୦ରୁ ଊଦ୍ଧ୍ୱର୍ ଗ୍ରାମବାସୀମାନେ ନିଆଳି ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ନିଆଳି ଜଳ ସେଚନ ବିଭାଗ ଅଧିକାରୀ ସୁଧାକର ମଲିକ ୭ ଦିନ ମଧ୍ୟରେ ନୋଟିସ କରାଯାଇ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଉଚ୍ଛେଦ କରାଯିବ ବୋଲି କହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ମମତା ନାଏକ ସରକାରୀ କର୍ମଚାରୀ ହୋଇ ୨୫ ବର୍ଷ ହେବ ସରକାରୀ ଘରକୁ ଜବରଦଖଲ କରି ରଖିଛନ୍ତି ।