ଆପର ୧୨ ଦଫା ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଆମ୍ ଆଦ୍ମୀ ପାର୍ଟି ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ୧୨ ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଧାନ କରାଯାଇଛି । ଏହି ଦାବିପତ୍ରରେ ଆପ ପକ୍ଷରୁ ପୈାରାଂଚଳରେ ସିଟି ହସ୍ପିଟାଲକୁ ସଂମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହିତ ସହରବାସୀଙ୍କୁ ଉତ୍ତମ ସେବା ଯୋଗାଇବା ଓ ଆବଶ୍ୟକ ମୁତାବକ ଶଯ୍ୟା, ଡାକ୍ତର, ଜରୁରୀକାଳୀନ ସେବା ଯୋଗାଇବା, ପୈାରପଳିକାର ପ୍ରସୂତି ଓ ମା ମାନଙ୍କ ପାଇଁ ଆବଶ୍ୟକ ଚିକିସôାର ସୁବିଧା, ନବଜାତ ଶିଶୁଙ୍କ ପାଇଁ ସର୍ବୋତମ ଚିକିସôା, ପୈାରାଂଚଳରେ ୫ଟି ଆମ୍ବୁଲାନ୍ସ ଯୋଗାଇବା, ନଦୀନାଳ ଘେରା ଦୁର୍ଗମ ଅଂଚଳର ରୋଗୀଙ୍କୁ ଚିକିସôାଳୟକୁ ଆସିବା ନିମନ୍ତେ ପଂଚାୟତସ୍ତରରେ ଆମ୍ବୁଲାନ୍ସ ସୁବିଧା କରିବା, ସବୁ ବିଭାଗରେ ୨୪ ଘଣ୍ଟିଆ ଅଭିଜ୍ଞ ଡାକ୍ତର ଉପଲବ୍ଧ କରାଇବା, ଜିଲ୍ଲା ମୁଖ୍ୟ ଚିକିସôାଳୟରେ ୨୪ ଘଣ୍ଟିଆ ରକ୍ତ ଭଣ୍ଡାର ଉପଲବ୍ଧ କରିବା ସହିତ ଆବଶ୍ୟକ ଥିବା ରୋଗୀଙ୍କୁ ରକ୍ତ ପ୍ରଦାନ କରାଯିବା ଆଦି ଦାବି ଗୁଡିକୁ ପୁରଣ କରିବା ପାଇଁ ଆମ୍ ଆଦ୍ମୀ ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଏକ ସଭା କରି ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପାର୍ଟିର ଜିଲ୍ଲା ସଭାପତି ସନ୍ଦିପ ଦାସଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଛି ।