ବାଇକ ଧକ୍କାରେ ଗୁରୁତର ଯୁବକଙ୍କ ମୃତୁ୍ୟ
ବ୍ରହ୍ମବରଦା : ବାଇକ ଧକ୍କାରେ ଗୁରୁତର ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଯୁବକଙ୍କ ମୃତୁ୍ୟ ଘଟିଛି । ମୃତକ ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ଅଞ୍ଚଳର ଲକ୍ଷ୍ମୀଧର ସଢଙ୍ଗୀଙ୍କ ପୁଅ ସଂଜୟ (୩୦) ହୋଇଥିବା ବେଳେ ଗତ ଗୁରୁବାର ବିଳମ୍ବିତ ରାତିରେ ନିଜ ମାଙ୍କୁ ବସାଇ ବରୁଆଁ-ବାଲିଚନ୍ଦ୍ରପୁର ମୁଖ୍ୟ ରାସ୍ତାର ବ୍ରହ୍ମବରଦା ପଟୁ ନିଜ ଗାଁ ପାଟପୁରକୁ ଯାଉଥିବା ସମୟରେ ବ୍ରହ୍ମବରଦା ସାନପୋଖରୀ ନିକଟରେ ବିପରୀତ ଦିଗରୁ ଦୃତ ଗତିରେ ଆସୁଥିବା ଏକ ବାଇକ ସହିତ ମୁହାଁମୁହଁ ଧକ୍କା ହୋଇଥିଲା । ଏଥିରେ ସଂଜୟଙ୍କ ସମେତ ଅନ୍ୟ ୫ ଜଣ ଆହତ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୩ ଜଣ ଅଧିକ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ତାନାନ୍ତର କରାଯାଇଥିଲା । ଗତକାଲି ରାତିରେ ଚିକିତ୍ସାଧିନ ଅବସ୍ତାରେ ସେଠାରେ ସଂଜୟଙ୍କ ମୃତୁ୍ୟ ଘଟିଥିବା ଜଣାପଡିଛି । ଏକ ଶୋକାକୁଳ ପରିବେଶରେ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଗାଁ ସ୍ମଶାନରେ ଶେଷକୃତ୍ୟ କରାଯାଇଛି ।