ଦୁଇ ବେପାରୀ ଗିରଫ ; ୧୭ କେଜି ଗଞ୍ଜେଇ ଜବତ
ଭୁବନେଶ୍ୱର, ୦୭ା୬ : କନ୍ଧମାଳରୁ କାରରେ ଗଞ୍ଜେଇ ଆଣି ମୈତ୍ରୀବିହାର ଥାନା ଅଧିନ ଗଜପତିନଗର ଠାରେ ଛିଡା ହୋଇ ଗ୍ରାହକକୁ ଅପେକ୍ଷା କରିଥିବା ବେଳେ ଖବର ପାଇ ଦୁଇ ବେପାରୀଙ୍କୁ ମାଡି ବସିଲା ମୈତ୍ରୀବିହାର ସ୍ପେଶାଲ ଟିମ । ତଲାସି ବେଳେ କାର ଭିତରୁ ୧୭ କେଜି ଗଞ୍ଜେଇ, ୩ଟି ମୋବାଇଲ ଜବତ କରାଯାଇଛି । ଗିରଫ ୨ ଅଭିଯୁକ୍ତ ହେଲେ, ମଞ୍ଚେଶ୍ୱର, ରଙ୍ଗମାଟିଆର ଦୀପକ୍ କୁମାର ଦାସ ଓ ଚକେଇସିଆଣୀ ଅଞ୍ଚଳର ସଞ୍ଜୟ କୁମାର ସେଠୀ । ଆଜି ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ମୈତ୍ରୀବିହାର ଥାନାଧିକାରୀଙ୍କ ନିଦେ୍ର୍ଧଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ଥାନା ଅନ୍ତର୍ଗତ ଗଜପତିନଗରରେ ଥିବା ଅକ୍ଷର ଭୂମି ପଛ ପାଖରେ ଅତର୍କିତ ଚଢ଼ାଉ କରି ଏକ ଇଣ୍ଡିଗୋ କାର ଜରିଆରେ ଗଞ୍ଜେଇ ଚାଲାଣ ତଥା ବିକ୍ରୟ କରିବା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ପରେ ସେମାନଙ୍କ ତଲାସି ବେଳେ ପୁଲିସ ଉକ୍ତ କାର ମଧ୍ୟରୁ ସମୁଦାୟ ୧୭ କେଜି ଗଞ୍ଜେଇ, ୨ଟି ମୋବାଇଲ ଫୋନ, ଓ ସମ୍ପୃକ୍ତ କାରକୁ ଜବତ କରାଯାଇଛି । ଅଭିଯୁକ୍ତଙ୍କୁ ଗିରଫ ପରେ ପୁଲିସ ସେମାନଙ୍କୁ ପଚରା ଉଚରା ଅଭିଯୁକ୍ତ ମାନେ କନ୍ଧମାଳ ଜିଲ୍ଲାରୁ ଏହି ବେଆଇନ୍ ଗଞ୍ଜେଇ ଆଣି ଭୁବନେଶ୍ୱରରେ ରହି କାରରେ ବୁଲି ବୁଲି ବେପାରୀଙ୍କୁ ଚାଲାଣ କରୁଥିବା ଜଣାପଡ଼ିଛି । ପୂର୍ବରୁ ମଧ୍ୟ ଏମାନେ ବହୁ ବାର ପୁଲିସକୁ ଚକମା ଦେଇ କନ୍ଧମାଳରୁ ଗଞ୍ଜେଇ ଆଣି ରାଜଧାନୀରେ ବିକ୍ରି କରି ସଫଳ ହୋଇଥିଲେ । ଯାହାଦ୍ୱାରା ଏମାନେ ପୁଲିସକୁ ପୁଣି ଚକମା ଦେଇ ସଫଳ ହେବା ଆଶାରେ ପୁଣି ଗଞ୍ଜେଇ ଆଣି ବିକ୍ରି ପାଇଁ ଗ୍ରାହକ ଯୋଗାଡରେ ରହିଥିବା ବେଳେ ଧରିଲା ପୁଲିସ ।