ଶାଳୀକୁ ନେଇ ଭିଣୋଇ ଫେରାର ; ଫୁଲବାଣୀରୁ ଉଦ୍ଧାର
ଭୁବନେଶ୍ୱର, ୯ା୫ : ଜନ୍ମଦିନ ପାଳନ କରିବାକୁ କହି ନାବାଳିକା ଶାଳୀକୁ ନେଇ ଭିଣୋଇ ଫେରାର । ଥାନାରେ ଅଭିଯୋଗ ପରେ ନୟାପଲ୍ଲୀ ଥାନା ପୁଲିସ ନାବାଳିକାକୁ ଫୁଲବାଣୀ ଟାଉନ୍ ଥାନା ପୁଲିସ ସହାୟତାରେ ଉଦ୍ଧାର କରିବା ସହ ଅଭିଯୁକ୍ତ ଭିଣୋଇକୁ ଗିରଫ କରିଛି । ପରେ ପୁଲିସ ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, କନ୍ଧମାଳ ଜିଲ୍ଲା ନାରାୟଣୀ ରୋଡର ରାଜେଶ କୁମାର ସାହୁ ।
ସୂଚନାଯୋଗ୍ୟଯେ, ଗତ ନଭେମ୍ବର ମାସ ୨୯ ତାରିଖରେ ଅଭିଯୋଗକାରିଣୀଙ୍କର ନାବାଳିକା ଝିଅର ଜନ୍ମଦିନ ପାଳନ କରିବାକୁ କହି ତାଙ୍କର ଜ୍ୱାଇଁ ତାଙ୍କୁ ଫୁଲବାଣୀ ନେଇ ପଳାଇଥିଲେ । ହେଲେ ଅଭିଯୁକ୍ତ ଜ୍ୱାଇଁ ନାବାଳିକାଙ୍କୁ ଫୁଲବାଣୀ ନେବା ପରିବର୍ତ୍ତେ ତାଙ୍କୁ ଅନ୍ୟତ୍ର ନେଇ ଯାଇଥିଲେ ଯାହା ନାବାଳିକା ଝିଅ ଉକ୍ତ ଅଞ୍ଚଳକୁ ଜାଣିବା ପରିସ୍ଥିତରେ ନଥିଲେ । ଅଭିଯୋଗକାରିଣୀ ଏନେଇ ତାଙ୍କର ଜ୍ୱାଇଁଙ୍କୁ ପଚାରିବାରୁ ସେ ବରମୁଣ୍ଡା ବସ ଷ୍ଟାଣ୍ଡରେ ଥିବାର ଜଣାଇଥିଲେ ଓ ପରବର୍ତ୍ତୀ ସମୟରେ ତାଙ୍କର ମୋବାଇଲ ଫୋନକୁ ବନ୍ଦ କରି ଦେଇଥିଲେ । ଅଭିଯୁକ୍ତ ଜ୍ୱାଇଁର ସନେ୍ଦହ ଜନକ କଥା ଶୁଣିବା ପରେ ସେ ତୁରନ୍ତ ଫୁଲବାଣୀ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ପରେ ଫୁଲବାଣୀ ଥାନା ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା ଓ ତାଙ୍କର ମାଙ୍କୁ ହସ୍ତାନ୍ତର କରାଯିବା ସହ ଫୁଲବାଣୀ ଥାନା ଅଧିକାରୀଙ୍କ ନିଦେ୍ର୍ଧଶ କ୍ରମେ ଅଭିଯୋଗକାରିଣୀ ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ନୟାପଲ୍ଲୀ ଥାନା ପୁଲିସ ତଦନ୍ତ ଚଳାଇ ଅଭିଯୁକ୍ତକୁ ଗିରଫ କରିଛି ।