ଦୁଇ ଗୋମାଂସ କ୍ରେତା କୋର୍ଟଚାଲାଣ

ବ୍ୟାସନଗର: ଶନିବାର କୋରେଇ ପୁଲିସ ଦୁଇ ଗୋ-ମାଂସ କ୍ରେତାଙ୍କୁ କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ବିଞ୍ଝାରପୁର ଅଞ୍ଚଳର ସେକ୍ ସଲାଉଦ୍ଦିନ (୧୯) ଏବଂ ଅନ୍ୟତମ ଅଭିଯୁକ୍ତ ନାବାଳକ ସେକ ଦିଲସାର ହୁସେନ ବୋଲି ପୁଲିସ କହିଛି ।  ଅଭିଯୁକ୍ତ ଦ୍ୱୟଙ୍କୁ ଶୁକ୍ରବାର କୋରେଇ ପୁଲିସ ଗିରଫ କରିଥିଲା । ପ୍ରକାଶ ଥାଉକି ଗତକାଲି ବ୍ୟାସନଗର ପୈାରାଞ୍ଚଳ ଅହମଦ ନଗରରୁ ଉପରୋକ୍ତ ଅଭିଯୁକ୍ତ ଦ୍ୱୟ ପଲଥିନରେ ଗୋ-ମାଂସ ବିରିଆନି ଧରି ବାଇକରେ ଯାଉଥିବା ବେଳେ ସନ୍ତରା ନିକଟରେ ପିଛା କରୁଥିବା ଲୋକେ କାବୁ କରିଥିଲେ । ଯାହାକୁ ନେଇ ଘଟଣାସ୍ଥଳରେ ଉତେଜନା ସୃଷ୍ଟି ହୋଇଥିଲା । ଖବର ପାଇ ଯାଜପୁର ରୋଡ଼ ପୁଲିସ ଘଟଣାସ୍ତଳରେ ପହଁଚି ଗ୍ୟରେଜ ଏବଂ ପାଠପଢୁଥିବା ଅଭିଯୁକ୍ତ ଦ୍ୱୟଙ୍କୁ ହେପାଜତକୁ ନେଇ କୋରେଇ ପୁଲିସ ଜିମାରେ ଦେବା ସହ ଅହମଦ ନଗରର ଉକ୍ତ ହୋଟେଲରେ ତାଲାପକାଇ ଦେଇଥିଲା ।